କରୋନା ପାଇଁ ଟେକ ମହିନ୍ଦ୍ରା ଅଫିସ ସିଲ

ଭୁବନେଶ୍ୱର() କରୋନା ପାଇଁ ପୁଣି ଏକ ଅଫିସ ସିଲ କରାଯାଇଛି । ରାଜଧାନୀ ଭୁବନେଶ୍ୱରସ୍ଥ ମୈତ୍ରୀ ବିହାର ଅଞ୍ଚଳରେ ଥିବା ଟେକ ମହିନ୍ଦ୍ରା ଅଫିସକୁ ସିଲ କରାଯାଇଛି । କୋଭିଡ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ବିଏମସି ପକ୍ଷରୁ ଉକ୍ତ ଅଫିସକୁ ସିଲ କରାଯାଇଛି । ସଂସ୍ଥାର ୭ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଏମସି ଏହି ପଦକ୍ଷେପ ଗ୍ରହଣ କରିଛି । ଅନ୍ୟପକ୍ଷରେ ସମ୍ପୃକ୍ତ ୭ କର୍ମଚାରୀ ପଜିଟିଭ ପରେ ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିଦେ୍ର୍ଧଶ ଦିଆଯାଇଛି । ଆସନ୍ତା ୨୦ ତାରିଖ ପର୍ୟ୍ୟନ୍ତ କ୍ୱାରେଣ୍ଟାଇନରେ ରହିବାକୁ ୬୭ଜଣ କର୍ମଚାରୀଙ୍କୁ ନିଦେ୍ର୍ଧଶ ଦିଆଯାଇଥିବା ବିଏମସି ଜୋନାଲ ଡେପୁଟି କମିଶନର ପ୍ରମୋଦ ପୃଷ୍ଟି ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

16 + 6 =