ଛାତ୍ରୀଙ୍କୁ ଅସଦାରଣ କରିଥିବା ଅଭିଯୋଗରେ ଅଧ୍ୟାପକ ଗିରଫ

ବାଲେଶ୍ୱର: ଟ୍ୟୁସନ ନାମରେ କାମୁକ ଅଧ୍ୟାପକଙ୍କ ପାପ କାମ। ଭିଡିଓ ଭାଇରାଲ୍ ହେବା ପରେ ଶେଷରେ ପୋଲିସ ପଞ୍ଝାରେ ପଡିଲେ। କେବଳ ଏତିକି ନୁହେଁ କଲେଜ୍ରୁ ମଧ୍ୟ ତଡା ଖାଇଲେ। ଏବେ ରସିକିଆ ଅଧ୍ୟାପକଙ୍କୁ ଜେଲ୍ ଯିବାକୁ ପଡିଛି। ଏହି ଘଟଣା ଆସିଛି ବାଲେଶ୍ଵର ଜିଲ୍ଲାରୁ।

ସୂଚନା ଥାଉକି, ବାଲେଶ୍ୱର ଆର୍ଟ ଆଣ୍ଡ କ୍ରାଫ୍ଟ କଲେଜର ଅଧ୍ୟାପକ ଶଶାଙ୍କ ଶେଖର ଦାସ ଛାତ୍ରୀ ଟ୍ୟୁସନ କରାଇବା ଲାଗି ଘରକୁ ଡକାଇଥିଲେ । ଛାତ୍ରୀ ଜଣକ ମଧ୍ୟ ବିଶ୍ୱାସରେ ଯାଇଥିଲେ । ଛାତ୍ରୀଙ୍କ ସରଳତାର ସୁଯୋଗ ନେଇ ତାଙ୍କ ସହ ଅସଦାଚରଣ କରିଥିଲେ । ଗତ ଏପ୍ରିଲ ମାସରେ ଏହି ଘଟଣା ଘଟିଥିଲା । ଛାତ୍ରୀଙ୍କ ଭିଡ଼ିଓ ଭାଇରାଲ ହେବା ଛାତ୍ରୀ ଜଣକ ବାଲେଶ୍‌ବର ସଦର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ କଲେଜରୁ ତାଙ୍କୁ ବହିଷ୍କାର କରାଯାଇଛି । ପ୍ରାକ୍ଟିକାଲ ମାର୍କ ଓ ପରୀକ୍ଷାରେ ସାହାର୍ଯ୍ୟ କରିବା ନାଁରେ ଏଭଳି ଅନେକ ଛାତ୍ରୀଙ୍କ ସହ ଖରାପ କାମ କରିଥିବା ମଧ୍ୟ ଅଭିଯୋଗ ହୋଇଛି ।

Share

Leave a Reply

Your email address will not be published. Required fields are marked *

2 + 13 =