ଆଜି ଅଭିଭାବକ-ଶିକ୍ଷକ ବୈଠକ, ସ୍କୁଲ ଖୋଲିବା ନେଇ ହେବ ଆଲୋଚନା

ରାଜ୍ୟରେ ଆସନ୍ତା ୨୮ ତାରିଖରୁ କେଜିରୁ ସପ୍ତମ ଯାଏ ଛାତ୍ରଛାତ୍ରୀ ସ୍କୁଲ ଆସିବେ । କୋଭିଡ୍‌ ନିୟମ ମାନି ସମସ୍ତେ କେମିତି ସ୍କୁଲ ଆସିବେ? ଶିକ୍ଷାଦାନ କିଭଳି ସ୍ୱାଭାବିକ ହେବ? ଏହି ପ୍ରସଙ୍ଗରେ ରାଜ୍ୟର ପ୍ରତି ପ୍ରାଥମିକ ସ୍କୁଲରେ ଆସନ୍ତାକାଲି ଅଭିଭାବକ-ଶିକ୍ଷକ ବୈଠକ (ପିଟିଏ) ବସିବ ବୋଲି ନିଷ୍ପତ୍ତି ହୋଇଛି । ବୈଠକ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବାକୁ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ସମସ୍ତ ଡିଇଓ, ଡିପିସି ଓ ବିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବିଇଓ ଏବଂ ସିଆରସିସିମାନେ ବୈଠକ ପରିଚାଳନା କରିବେ । ସ୍କୁଲ ଖୋଲିବା ଦିନ ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରବେଶ ଦ୍ୱାରରେ ବେଲୁନ ଓ ଫୁଲରେ ସଜାଇବେ । ଛାତ୍ରଛାତ୍ରୀଙ୍କୁ ଫୁଲ ଦେଇ ସ୍ୱାଗତ କରିବେ । ଏହାସହ ସ୍କୁଲ ଖୋଲିଯିବା ପରେ ପ୍ରଥମରୁ ପଞ୍ଚମ ପିଲାଙ୍କ ଶିକ୍ଷଣସ୍ତର ମାପିବା ପାଇଁ ଆସନ୍ତା ୯ରୁ ୧୧ ତାରିଖ ଭିତରେ ହେବାକୁ ଥିବା ବେସଲାଇନ୍‌ ଆସେସ୍‌ମେଣ୍ଟ ସମ୍ପର୍କରେ ମଧ୍ୟ ଆଲୋଚନା ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଶୁକ୍ରବାର ସ୍କୁଲ ଖୋଲିବା ଓ ପିଲାଙ୍କ ପରୀକ୍ଷା ସମ୍ପର୍କିତ ସ୍ଥିତିର ସମୀକ୍ଷା କରିଛନ୍ତି। ସ୍କୁଲ ଖୋଲିବା ପରେ କୁନି ପିଲାଙ୍କ ପାଠପଢ଼ା କିଭଳି ସ୍ୱାଭାବିକ ହେବ ସେନେଇ ଆଲୋଚନା କରିଛନ୍ତି। ଏହା ସହ ଶନିବାର ପିଟିଏ ବୈଠକ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି >

Share

Leave a Reply

Your email address will not be published. Required fields are marked *

5 × 1 =