ବିଧାନସଭାରେ ହଟ୍ଟଗୋଳ ବେଳେ ଅସୁସ୍ଥ ହେଲେ ତାରା

ଭୁବନେଶ୍ୱର: ଗୃହରେ ପ୍ରତିବାଦ କଲା ବେଳେ ଅସୁସ୍ଥ ହୋଇପଡିଛନ୍ତି କୋରାପୁଟ ବିଧାୟକ ତାରା ବାହିନୀପତି । ଚେୟାର ଊପରେ ଛିଡା ହୋଇ ପ୍ରତିବାଦ କରୁଥିଲେ । ଏହି ସମୟରେ ସେ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ସହଯୋଗୀ ସଦସ୍ୟମାନେ ପାଣି ପିଆଇ ଏକେ ଚେୟାରରେ ବସାଇଥିଲେ ।
ବିଧାନସଭା ଚାଲିଥିବା ବେଳେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅସୁସ୍ଥ ହୋଇଥିବାର ସୂଚନା ମିଳିଛି । ବାଚସ୍ପତିଙ୍କ ପୋଡ଼ିୟମ ତଳେ ଚେୟାର ଉପରେ ଚଢି ପ୍ରତିବାଦ କରୁଥିଲେ ତାରା । ଏହି ସମୟରେ ତାରା ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ । ସହଯୋଗୀ ବିଧାୟକ ତାଙ୍କୁ ପାଣି ପିଇବାକୁ ଦେଇ ଚେୟାରରେ ବସାଇଥିଲେ । କିଛି ଦିନ ହେବ କୋଭିଡରୁ ସୁସ୍ଥ ହୋଇଛନ୍ତି ତାରା ପ୍ରସାଦ ବାହିନୀ ପତି । ବାଚସ୍ପତିଙ୍କ ନିର୍ଦେଶ କ୍ରମେ ତାରାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଯାଞ୍ଚ ପାଇଁ ବିଧାନସଭାର ଲବିକୁ ଆସି ଡାକ୍ତର ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 × 5 =