ପିକଅପ ଭ୍ୟାନ ଚଳାଇ ଖାଦ୍ୟ ଯୋଗାଇଲେ ମନ୍ତ୍ରୀ

ସୋହେଲା () ଲକ ଡାଉନ ଯୋଗୁଁ ଗରିବ ଖଟିଖିଆ ତଥା ଦିନ ମଜୁରିଆଙ୍କ ପାଇଁ ସମସ୍ୟା ବଢିଛି । ସରକାର ଏଥି ପ୍ରତି ଦୃଷ୍ଟି ଦେଉଥିବା ବେଳେ ଅସହାୟ ଲୋକଙ୍କୁ ସହୟତାର ହାତ ବଢାଇଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ । ନିଜ ନିର୍ବାଚନା ମଣ୍ଡଳୀ ସୋହେଲା ବ୍ଲକର ୨୬ଟି ପଂଚାୟତରେ ବସବାସ କରୁଥିବା ଗରିବ ଅସହାୟଙ୍କୁ ସୁଖିଲା ଖାଦ୍ୟ ପ୍ୟାକେଟ ପ୍ରଦାନ କରିଛନ୍ତି । ମଙ୍ଗଳବାର ସକାଳେ ନିଜେ ପିକଅପ ଭ୍ୟାନ ଚଳାଇ ସୁଖିଲା ଖାଦ୍ୟ ପ୍ୟାକେଟ ନେଇ ଶ୍ରୀ ସିଂ ପେଟୁପାଲି, ଘେଁସ , କୁଚିପାଲି, ଶନିମାଲ ଓ ସାଲେପାଲି ପଂଚାୟତକୁ ଯାଇଁ ବଣ୍ଟନ କରିଛନ୍ତି । ମନ୍ତ୍ରୀଙ୍କ ସହିତ ବ୍ଲକ ପ୍ରତିନିଧି ପ୍ରଫୁଲ ପ୍ରଧାନ । ସରକଂଚ ଦେବରାଜ ବାରିକ, ଘୋଷାମଣି ବାଗ ସମେତ ପଂଚାୟତ ସଂପ୍ରଶାରଣ ଅଧିକାରୀ, ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୫ ହଜାର ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଇଛି । ଆଗକୁ ଆବଶ୍ୟକ ଅନୁସାରେ ଆହୁରି ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

8 − 3 =