ନିର୍ଦେଶାଳୟକୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଆଚନାକ ଗସ୍ତ, ସମୟାନୁବର୍ତ୍ତି ହେବାକୁ ନିର୍ଦେଶ

ଭୁବନେଶ୍ୱର () ଉଚ୍ଚଶିକ୍ଷା ବିଭାଗର ସଂସାର ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଆରମ୍ଭ କରିଛନ୍ତି ଅଭିଯାନ । ନିଜେ ସକାଳ 10ଟାରୁ ଅଫିସ କରୁଥିବା ବେଳେ ସରକାରୀ ନିର୍ଦେଶ ଅନୁଯାୟୀ ବିଭାଗର କର୍ମଚାରୀମାନେ ବି ସମାୟାନୁବର୍ତ୍ତି ହେବାକୁ ନିର୍ଦେଶ ଦେଇଛନ୍ତି ।

କେମିତି ଚାଲିଛି ଉଚ୍ଚଶିକ୍ଷା ବିଭାଗ, ତାର ଅନୁଧ୍ୟାନ କରିବାକୁ ଆଜି ସକାଳ 10ଟାରେ ମନ୍ତ୍ରୀ ନଅ ତାଲା ଠାରେ ଥିବା ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟରେ ପହଞ୍ଚିଥିଲେ । ଅନେକ କର୍ମଚାରୀ ଆସିଥିଲେ, ଆଉ କିଛି ଆସୁଥିଲେ । କିଛି କର୍ମଚାରୀ ବିଳମ୍ବରେ ଆସୁଛନ୍ତି, ବିଳମ୍ବରେ ଯାଉଛନ୍ତି । ନିର୍ଦେଶାଳୟରେ ବାୟୋମେଟ୍ରିକ ବ୍ୟବସ୍ଥା ଥିବାରୁ ତାର ଯାଂଚରୁ ଏହା ଜଣାପଡୁଛି ।

ତେବେ ସବୁ କର୍ମଚାରୀ ନିର୍ଦ୍ଧିଷ୍ଟ ସମୟରେ ଅଫିସ ଆସିବାକୁ ବିଭାଗୀୟ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ଏଥିସହ ଯେହେତୁ ଜିଲ୍ଲାର କର୍ମଚାରୀମାନେ ଭୁବନେଶ୍ୱର ଆସୁନାହାନ୍ତି, ତେଣୁ ମୁଖ୍ୟାଳୟରେ କୌଣସି ଫାଇଲ ଅଟକି ରହିବା ଉଚିତ ନୁହେଁ । ସେହିଭଳି କର୍ମଚାରୀମାନେ ଦପ୍ତରରେ କାମ କରିବାକୁ ସବୁ ସୁବିଧା ସୁଯୋଗ ଯୋଗାଇଦେବାକୁ ନିର୍ଦେଶକଙ୍କୁ ନିର୍ଦେଶ ଦେଇଛନ୍ତି ।

ସର୍ବୋପରି ଲିଫ୍ଟରେ ତଳକୁ ଓହ୍ଲାଇବା ବେଳେ ତାର ଅବସ୍ଥା ଦେଖି ତୁରନ୍ତ ମରାମତି କରିବାକୁ ପୂର୍ତ୍ତ ସଚିବଙ୍କ ସହ କଥା ହେବେ ବୋଲି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen + four =