ଲିଙ୍ଗରାଜ ମନ୍ଦିରକୁ 5-ଟି ସଚିବଙ୍କ ଅଚାନକ ଗସ୍ତ : ରୂପାନ୍ତରଣ କାର୍ଯ୍ୟର ଅନ ଦି ସ୍ପଟ ସମୀକ୍ଷା

ଭୁବନେଶ୍ୱର () ଆଜି ଲିଙ୍ଗରାଜ ମନ୍ଦିର ପରିଦର୍ଶନରେ ବାହାରିଥିଲେ ୫ ଟି ସଚିବ। ଅଚାନକ ଲିଙ୍ଗରାଜ ମନ୍ଦିର ପରିଦର୍ଶନରେ ବାହାରିଥିଲେ ୫ ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍ , ଆଜି ଭୋର୍ ୪ ଟାରୁ ୪.୩୦ ମଧ୍ୟରେ ମନ୍ଦିର ପରିଦର୍ଶନରେ ଯାଇଥିଲେ ପାଣ୍ଡିଆନ୍ ।

ଲିଙ୍ଗରାଜ ମନ୍ଦିର ଭିତର ଓ ବାହାରର ବିକାଶ ମୂଳକ କାର୍ଯ୍ୟ ନେଇ ତଦାରଖ କରିଥିଲେ ୫ ଟି ସଚିବ। ନିକଟରେ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ସରକାର ୮.୫ କୋଟି ଟଙ୍କା ପ୍ୟାକେଜ୍ ଘୋଷଣା କରିଛନ୍ତି। ତାଙ୍କ ସହ ପୂର୍ତ୍ତ ସଚିବ ଶ୍ରୀ କ୍ରିଷନ କୁମାର ଏବଂ ଭୁବନେଶ୍ୱର ଡ଼ିସିପି ଅନୁପ ସାହୁ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଗତ ୧ ତାରିଖରେ ଆରମ୍ଭ ହୋଇଥିବା ପୁରୁଣା ଲିଙ୍ଗରାଜ ମାର୍କେଟ୍‌ କମ୍ପ୍ଲେକ୍ସ ଭଙ୍ଗା କାର୍ଯ୍ୟ ପଞ୍ଚମ ଦିନରେ ପହଞ୍ଚିଛି। ଅଦରକାରୀ ବର୍ଜ୍ୟ(ଭଙ୍ଗା ପଥର, ମାଟି, ଲୁହା ଓ ବିଭିନ୍ନ ଅଦରକାରୀ ସାମଗ୍ରୀ)କୁ ଉକ୍ତ ସ୍ଥାନରୁ ତୁରନ୍ତ ସଫା କରାଯିବ। ଏକ ଘରୋଇ ସଂସ୍ଥା ଏହାକୁ ସଫା କରିବ ବୋଲି ବିଏମ୍‌ସି ସିଟି ଇଞ୍ଜିନିୟର। ମିଳିଥିବା ସୂଚନା ମୁତାବକ ବିଡିଏ, ବିଏମ୍‌ସି, ସାଧାରଣ ପ୍ରଶାସନ ଓ ପୁଲିସର ମିଳିତ ସ୍କ୍ବାଡ୍‌ ପକ୍ଷରୁ ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ ଦାୟିତ୍ୱ ନିଆଯିବ ।

Share

Leave a Reply

Your email address will not be published. Required fields are marked *

seventeen + 19 =