ମହାପ୍ରଭୁଙ୍କ ଦର୍ଶନ କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି

ପୁରୀ: ଓଡ଼ିଶା ଗସ୍ତରେ ଥିବା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମନ୍ନା ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ପାରମ୍ପରିକ ବେଶରେ ଜଷ୍ଟିସ ରମନ୍ନା ଓ ଅନ୍ୟ ଚାରିଜଣ ବିଚାରପତି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ତାଙ୍କ ସହ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ, ୫ଟି ସଚିବ, ପୁରୀ ଜିଲ୍ଲାପାଳ ଓ ଏସପି ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା । ଅପରପକ୍ଷରେ ଗତକାଲି ସନ୍ଧ୍ୟାରେ ଜଷ୍ଟିସ ଏନ.ଭି. ରମନ୍ନା ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲେ ।
ଏହା ପରେ ସେ ପୁରୀ ଆସିଥିଲେ । ପୁରୀରେ ପହଞ୍ଚିବା ପରେ ଜଷ୍ଟିସ ରମନ୍ନା ରାତିରେ ଶ୍ରୀମନ୍ଦିର ସମ୍ମୁଖକୁ ଆସି ଅନୁଧ୍ୟାନ କରିଥିଲେ । ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ କଟକ ଯାଇ ଜଷ୍ଟିସ ରମନ୍ନା ନବନିର୍ମିତ ଆଇନ ସେବା ଭବନର ଉଦଘାଟନ କରିବେ ବୋଲି ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

fourteen + nineteen =