ନିର୍ଭୟା ମାମଲାର ପୁନଃବିଚାର ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ ()  ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଦୋଷୀ ଅଯକ୍ଷ ସିଂହ କରଥିବା ପୁନର୍ବିଚାର ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ ଏସ ଏ ବୋବଡେ ରାୟ ଶୁଣାଣି ପାଇଁ ତିନି ଜଣିଆ ନୂଆ ଖଣ୍ଡପୀଠ ଗଠନ କରିଥିଲେ। ଯେଉଁଥିରୁ ସେ ନିଜକୁ ଅଲଗା କରି ଦେଇଥିଲେ। ଜଷ୍ଟିସ ଭାନୁମତିଙ୍କ ନେତୃତ୍ୱରେ ଆଜି ଏହି ଖଣ୍ଡପୀଠ ଶୁଣାଣି କରିଛି।

ଦୋଷୀ ଅକ୍ଷୟ ସିଂର ମୃତ୍ୟୁ ଦଣ୍ଡାଦେଶର ପୁନଃବିଚାର ଆବେଦନ ଖାରଜ କଲେ ତିନି ଜଣିଆ ଖଣ୍ଡପୀଠ । ଅର୍ଥାତ ଅକ୍ଷୟକୁ ପୂର୍ବରୁ ଦିଆଯାଇଥିବା ଫାଶୀ ଦଣ୍ଡାଦେଶ କାଏମ ରଖିଛନ୍ତି ସର୍ବୋଚ୍ଚନ୍ୟାଳୟ । ଖଣ୍ଡପୀଠ ଉଭୟ ପକ୍ଷକୁ ଶୁଣିବା ପରେ କହିଛନ୍ତି ଏହି ମାମଲାର ପୁଣିଥରେ ଶୁଣାଣି ହୋଇପାରିବ ନାହିଁ । ଟ୍ରାଏଲ କୋର୍ଟଙ୍କ ଶୁଣାଣିରେ କୌଣସି ତ୍ରୁଟି ନାହିଁ ।

ନିର୍ଭୟା ଗଣଦୁଷ୍କର୍ମ ଦୋଷୀ ଅକ୍ଷୟ ସିଂହର ପୁନବିଚାର ଆବେଦନର ଖାରଜ ପରେ ଏବେ ନଜର ପଟିଆଲ ହାଉସକୋର୍ଟ ଉପରେ । ଆଉ କିଛି ସମୟ ପରେ ହେବ ପଟିଆଲା ହାଉସ କୋର୍ଟରେ ଶୁଣାଣି । ଆଜି ଚାରି ଦୋଷୀଙ୍କ ମୃତ୍ୟୁ ପରୱାରା ଜାରି କରିପାରନ୍ତି କୋର୍ଟ । ଦୋଷୀମାନଙ୍କ ବିରୋଧରେ ଶୀଘ୍ର ମୃତ୍ୟୁ ପରୱାନା ଜାରି କରିବାକୁ ଆବେଦନ କରାଯାଇଥିଲା ।

ସୂଚନାଯୋଗ୍ୟ, ଦିଲ୍ଲୀର ୨୩ ବର୍ଷୀୟ ପାରାମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିଲେ ୬ ଦୁର୍ବୃତ୍ତ । ଛାତ୍ରୀଙ୍କୁ ଚଳନ୍ତା ବସରେ ୬ଜଣଙ୍କ ବଳାକ୍ରାର କରିବା ପରେ ନିର୍ମମ ଭାବେ ହତ୍ୟା କରିଥିଲେ ।ଏମାନଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ରାମ ସିଂ ଜେଲରେ ଆତ୍ମହତ୍ୟା କରିସାରିଛି । ଅନ୍ୟ ଜଣେ ନାବାଳକ ୩ ବର୍ଷ ହେବ ବାଳ ସୁଧାର ଗୃହରେ ରହିଛି ।

Share

Leave a Reply

Your email address will not be published. Required fields are marked *

3 × five =