ସୁଶୀଲ ଲୋହାନୀଙ୍କୁ ଭଦ୍ରକ ଦାୟିତ୍ୱ

ଭୁବନେଶ୍ୱର()  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫାନ ବର୍ତ୍ତମାନ ମହାବାତ୍ୟାର ରୂପ ନେଇସାରିଛି । ଓଡ଼ିଶାର ୪ଜିଲ୍ଲାରେ ଏହାର ପ୍ରଭାବ ପଡ଼ିବା ନେଇ ସୂଚନା ରହିଛି । ତେଣୁ ଅମ୍ଫାନ ମୁକାବିଲା କରିବା ପାଇଁ ୪ ଆଇଏଏସ ଅଫିସରଙ୍କୁ ୪ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ବାଲେଶ୍ୱର ଦାୟିତ୍ୱରେ ରହିବେ ପରିବହନ ସଚିବ ମଧୂସୂଦନ ପାଢ଼ୀ । ସେହିପରି ଭଦ୍ରକ ଦାୟିତ୍ୱରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ, କେନ୍ଦ୍ରାପଡ଼ା ଦାୟିତ୍ୱରେ ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ଜଗତସିଂହପୁରରେ ଶାଶ୍ୱତ ମିଶ୍ର ଅମ୍ଫାନ ପରିଚାଳନା କରିବେ ବୋଲି ସୂଚନା ରହିଛି ।

Share

Leave a Reply

Your email address will not be published. Required fields are marked *

18 − thirteen =