ସୁନ୍ଦରୀର ମିଳୁନି ପତା

ସାତକୋଶିଆରେ ବାଘୁଣୀ ସୁନ୍ଦରୀକୁ କାବୁ କରିବା ପାଇଁ ଡେରା ପକାଇଥିବା ବନବିଭାଗ କର୍ମଚାରୀଙ୍କୁ ନିରାଶ ହେବାକୁ ପଡ଼ିଛି । କାରଣ ଟ୍ରାଙ୍କୁଲାଇଜ୍ କରିବା ପାଇଁ ଯେଉଁ ନିଶ୍ଚେତକ ଗୁଳି ବାଘୁଣୀକୁ ମରାଯାଇଥିଲା, ତାହା ଲକ୍ଷ୍ୟଚ୍ୟୁତ ହୋଇଛି । ଆଉ ଏଭଳି ସ୍ଥିତିରେ କୁମୁରୀ ଅଂଚଳରେ ଘୁରିବୁଲୁଥିବା ବାଘୁଣୀର ଗତିବିଧିକୁ ରେଡିଓ କଲାର ଜରିଆରେ ନଜର ରଖାଯାଇଛି । ଆଉ ଲକ୍ଷ୍ୟ ରଖାଯାଇଛି, ବାଘୁଣୀକୁ କାବୁ କରିବା ପରେ ପୁଣି ଥରେ ଏନକ୍ଲୋଜର ଭିତରକୁ ଆଣିଯିବ ।
ରକ୍ତମୁଖା ବାଘୁଣୀକୁ ନେଇ ସାତକୋଶିଆ ଅଂଚଳରେ ଯେତେ ଆତଙ୍କ ବଢ଼ୁଛି, ‘ସୁନ୍ଦରୀ’କୁ କାବୁ କରିବା ପାଇଁ ବନ ବିଭାଗ ସେତେ କସରତ କରୁଛି । ଆଉ ଏହି ଘଟଣା ହେଉଛି ଗତକାଲି ରାତିର ଏକ ସାଙ୍କେତିକ ଚିତ୍ର । ଯେତେବେଳେ ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ଗଛ ଉପରେ ମଂଚା ବାନ୍ଧି ଜଗି ରହିଥିଲେ ବନବିଭାଗର ବିଶେଷଜ୍ଞ ଟିମ୍ । ହାତରେ ବନ୍ଧୁକ ଧରି ନିଶ୍ଚେତକ ଗୁଳି ସାହାଯ୍ୟରେ ଟ୍ରାଙ୍କୁଲାଇଜ୍ କରିବା ପାଇଁ ପ୍ରସ୍ତୁତ ଥିଲେ ଏକ୍ସପର୍ଟ । ବାଘୁଣୀକୁ ଆକର୍ଷିତ କରିବା ପାଇଁ ରଖାଯାଇଥିଲା ଛେଳି, ଆଉ ଜଙ୍ଗଲ ଭିତରେ କଞ୍ଚା ମାଂସର ବାସ୍ନା ଥିବା ସ୍ପ୍ରେ, ମରାଯାଇଥିଲା । ଆଉ ସାରା ରାତି ଜଗିବା ପରେ ଯେତେବେଳେ ବାଘୁଣୀ ଆସିଥିଲା, ଫେଲ ମାରିଲା ଲକ୍ଷ୍ୟ ।
ଲକ୍ଷ୍ୟଚ୍ୟୁତ ହେଲା ଗୁଳି ଆଉ ଚମ୍ପଟ୍ ମାରିଲା ‘ସୁନ୍ଦରୀ’ । ବାଘୁଣୀ ସୁନ୍ଦରୀ ଯେତେବେଳେ ଜଗି ରହିଥିବା ବନ କର୍ମଚାରୀଙ୍କ ପାଖକୁ ଆସିଥିଲା । ଟ୍ରାଙ୍କୁଲାଇଜ୍ କରିବା ପାଇଁ ନିଶ୍ଚେତକ ଗୁଳି ମାରିଥିଲେ ଟ୍ରାଙ୍କୁଲାଇଜ୍ ଏକ୍ସପର୍ଟ । ହେଲେ ଗୁଳି ବାଘୁଣୀ ଦେହରେ ବାଜିନଥିଲା । ଆଉ ଗୁଳି ଶବ୍ଦ ଶୁଣି ଆଖି ପିଛୁଳାକେ ଚମ୍ପଟ ମାରିଲା ସୁନ୍ଦରୀ ।
ବାଘୁଣୀ ସୁନ୍ଦରୀ, ବର୍ତମାନ କୁମୁରୀ କିମ୍ବା ଏହାର ଆଖପାଖ ଅଂଚଳରେ ଥିବା ଅନୁମାନ କରାଯାଉଥିବା ବେଳେ ରେଡିଓ କଲାର ସାହାର‌୍ୟ୍ୟରେ ତାର ଗତିବିଧି ଉପରେ ନଜର ରଖାଯାଇଛି । ଆଉ ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ଉଦ୍ୟମ ଜାରି ରହିଛି । ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିବା ବର୍ତ୍ତମାନ ବନବିଭାଗ ପାଇଁ ଏକ ବଡ ଚ୍ୟାଲେଂଜ୍ ସୃଷ୍ଟି କରିଛି ।

Share

Leave a Reply

Your email address will not be published. Required fields are marked *

2 − 1 =