ନିଦ ହଜାଇଲାଣି ସୁନ୍ଦରୀ

ଭୁବନେଶ୍ବର () ସାତକୋଶିଆରେ ଆତଙ୍କ ସୃଷ୍ଟି କରିଥିବା ସୁନ୍ଦରୀକୁ କାବୁ କରିବା ସହ ଟ୍ରାଙ୍କୁଲାଇଜର ଦିଆଯାଇ ଏନକ୍ଳୋଜରରେ ରଖାଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର। ବାଘୁଣୀ ସୁନ୍ଦରୀକୁ କାବୁ କରିବା ପାଇଁ ଭୂବନେଶ୍ବର ଓ ଶିମିଳିପାଳରୁ ୨ଟି ଟିମ ସାତକୋଶିଆରେ ପହଞ୍ଚିଛନ୍ତି। ଟ୍ରାଙ୍କୁଲାଇଜ ପାଇଁ ଟିମକୁ ଗାଁ ଭିତରକୁ ଛାଡିବା ପାଇଁ ଅନୁରୋଧ କରିଛନ୍ତି ପିସିସିଏଫ। ସେପଟେ ୪ ଜଣ ବନ କର୍ମଚାରୀ ନିଖୋଜ ରହିବା ଏବେ ଚିନ୍ତା ର କାରଣ ହୋଇଛି। ରବିବାର ଠାରୁ ଏମାନେ ଜଙ୍ଗଲ କୁ ଯାଇ ଆଉ ଫେରି ନାହାନ୍ତି ।

ସୁନ୍ଦରୀକୁ ସବୁଆଡୁ ବିରୋଧ ଆରମ୍ଭ ହୋଇଛି। ତୁରନ୍ତ ଜଙ୍ଗଲରୁ ଫେରାଇ ଆଣି ଏନକ୍ଳୋଜରରେ ରଖିବା ଏବେ ସରକାରଙ୍କ ପ୍ରାଥମିକତା ହୋଇ ଥିବା ବେଳେ ସ୍ଥାନୀୟ ଲୋକଙ୍କ ମନରେ ବିଶ୍ଵାସ ଜନ୍ମାଇବା ବଡ ଚ୍ୟାଲେଞ୍ଜ ହୋଇପଡିଛି। ସେପଟେ ତୁରନ୍ତ ବାଘୁଣୀ କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ସ୍ଥାନୀୟ ବିଧାୟକ।

ବାଘୁଣୀ ପାଇଁ ପ୍ରଶାସନ ଓ ଗାଁ ଲୋକେ ମୁହାଁମୁହିଁ ହୋଇଥିବା ବେଳେ ସ୍ଥାନୀୟ ବିଧାୟକ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଅବଗତ କରାଇଛନ୍ତି। ଏହାକୁ ନେଇ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି ବୋଲି କହିଛନ୍ତି ବିଧାୟକ। ବାଘୁଣୀକୁ ଟ୍ରାଙ୍କୁଲାଇଜର ଦେବା ପରେ ତାର ଗତିବିଧି ଉପରେ ନଜର ରଖି ତାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ନା ପୁଣି ଫେରାଇ ନିଆଯିବ ସେ ନେଇ ପରବର୍ତ୍ତୀ ସମୟରେ ସରକାର ନିଷ୍ପତ୍ତି ନେବେ।

Share

Leave a Reply

Your email address will not be published. Required fields are marked *

fourteen + five =