ଆଜି ସୁନାବେଶ, ଦେଖନ୍ତୁ  ସିଧା ପ୍ରସାରଣ

ପୁରୀ () ଜନ୍ମ ବେଦୀରେ ଲୀଳା ଖେଳା ସାରି ବାହୁଡିଲେ ଚତୁର୍ଦ୍ଧାମୂର୍ତ୍ତି। ଆଜି ମହାପ୍ରଭୁଙ୍କ ସୁନାବେଶ । ଆଷାଢ ଶୁକ୍ଳ ଏକାଦଶୀରେ ରଥରେ ମହାପ୍ରଭୁଙ୍କ ହେଉଥିବା ବେଶକୁ ହରିଶୟନ ଏକାଦଶୀ ଦର୍ଶନ ଭାବେ ମଧ୍ୟ ବର୍ଣ୍ଣନା କରାଯାଏ । ଏହି ଦୁର୍ଲଭ ବେଶକୁ ଦର୍ଶନ କରିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ହେଉଥିବା ବେଳେ ଚଳିତ ଥର କରୋନା କଟକଣା ପାଇଁ ବିନା ଭକ୍ତଙ୍କ ଦର୍ଶନରେ ମହାପ୍ରଭୁଙ୍କ ସୁନାବେଶ ହେବ ।ମହଣ ମହଣ ସୁନାରେ ସଜେଇ ହେବେ ଚତୁର୍ଦ୍ଧାମୂର୍ତ୍ତି । ତିନି ରଥ ଉପରେ ସକାଳୁ ମଙ୍ଗଳ ଆଳତୀ ହେବା ପରେ ମଇଲମ, ତଡ଼ପ ଲାଗି, ଅବକାଶ, ଗୋପାଳବଲ୍ଲଭ ଓ ସକଳ ବିଧି ଅନୁଷ୍ଠିତ ହୋଇଥିଲା । ତେବେ ଦେଖନ୍ତୁ  ସୁନାବେଶର ସିଧା ପ୍ରସାରଣ ।

Share

Leave a Reply

Your email address will not be published. Required fields are marked *

two × five =