ସମ୍ କୋଭିଡ୍ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର, ସୁସ୍ଥ ହେଲେ ୧୧ ବର୍ଷର ବାଳିକା

ଭୁବନେଶ୍ୱର: କୋଭିଡ୍ ସଂକ୍ରମିତ ଜଣେ ୧୧ ବର୍ଷୀୟ ବାଳିକାଙ୍କର ସମ୍ କୋଭିଡ୍ ହସ୍ପିଟାଲ୍ରେ ସଫଳ ଅସ୍ତ୍ରୋପଚାର କରାଯାଇଛି । ଆପେଣ୍ଡିସାଇଟିସ୍ ସମସ୍ୟା ଥିବା ଏହି ବାଳିକାଙ୍କର ଅସ୍ତ୍ରୋପଚାର କରି ତାଙ୍କୁ ସୁସ୍ଥ କରିଛନ୍ତି ସମ୍ ଶିଶୁରୋଗ ଅସ୍ତ୍ରୋପଚାର ବିଭାଗର ଡାକ୍ତର । ଭୁବନେଶ୍ୱ ର ପଟିଆ ଅଂଚଳର ୧୧ ବର୍ଷର ବାଳିକାର ତଳି ପେଟରେ ଯନ୍ତ୍ରଣା ହେବା ଯୋଗୁଁ ସେ ଚିକିତ୍ସା ପାଇଁ ଗତ ୨୭ ତାରିଖ ଦିନ ସମ୍ ହସ୍ପିଟାଲ୍କୁ ଆସିଥିଲେ । ସେଠାରେ ପରୀକ୍ଷା ନି ରୀକ୍ଷା ସମୟରେ ସେ କୋଭିଡ୍ ସଂକ୍ରମିତ ଥିବା ଜଣାପଡ଼ିବା ପରେ ତାଙ୍କୁ ସମ୍ କୋଭିଡ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା । ତେବେ ତାଙ୍କର ଅବସ୍ଥା ଗୁ ରୁତର ଥିବାରୁ ତାଙ୍କର ଚିକିତ୍ସା କରିବା ପରେ ତୁରନ୍ତ ଅସ୍ତ୍ରୋପଚାର କରାଯିବାର ନିଷ୍ପତି ନେଇଥିଲେ ସମ୍ ହସ୍ପିଟାଲ୍ର ଶିଶୁରୋଗ ଅସ୍ତ୍ରୋପଚାର ବିଭାଗର ଆସୋସିଏଟ୍ ପ୍ରଫେସର ଡଃ ଲଳିତ ପରିଡା ।

କୋଭିଡ୍ ହସ୍ପିଟାଲ୍ରେ ସମସ୍ତ କୋଭିଡ୍ ନିୟମକୁ ପାଳନ କରି ବାଳିକାଟିର ଆପେଣ୍ଡେକ୍ଟୋମି କରାଯାଇଥିଲା ।
ଯଦିଓ ପୂର୍ବରୁ କରାଯାଇଥିବା ଅଲ୍ଟ୍ରାସାଉଣ୍ଡରେ କେବଳ ଆପେଣ୍ଡିସାଇଟିସ୍ ଚିହ୍ନଟ ହୋଇଥିଲା ତେବେ ଅପରେସନ୍ ସମୟରେ ପେଟରେ ପ୍ରାୟ ଦେଢ଼ ସେମିର ଷ୍ଟୋନ୍ ମଧ୍ୟ ଥିବାର ଜଣାପଡ଼ିଥିଲା । ଡାକ୍ତରୀ ଭାଷାରେ ଏହାକୁ ପର୍ଫୋରେଟେଡ୍ ଆପେଣ୍ଡିସାଇଟିସ୍ ୱିଥ୍ ଫେକୋଲିଥ୍ ଓ ପ୍ୟାୟୋପେରିଟୋନିୟମ୍ ବୋଲି ଡାକ୍ତର ପରିଡା କହିଛନ୍ତି । ତେବେ ସର୍ଜରୀ ଦ୍ୱାରା ବାଳିକାଟିର ଶରୀରରୁ ଏହା କଢ଼ା ହୋଇଯାଇଛି । ଡାକ୍ତର ପରିଡାଙ୍କୁ ଏହି ସର୍ଜ ରୀରେ ଆନାସ୍ଥେସିଓଲୋଜି ବିଭାଗର ପ୍ରଫେସର ଡଃ ସ୍ୱସ୍ତିକା ସ୍ୱାରୋ ସହାୟତା କରି ଥିଲେ । ସେହିପରି ସର୍ଜରୀ ପରେ ଆଇସିୟୁରେ ତା’ର ଚିକିତ୍ସା ଓ ଯତ୍ନ ନେଇଥିଲେ ଶିଶୁରୋଗ ବିଭାଗର ଆସି ଷ୍ଟାଂଟ ପ୍ରଫେସର ଡାକ୍ତର ମୃଣ୍ମୟ ଦାସ ମହାପାତ୍ର ଓ ଡଃ ଶୁଭଶ୍ରୀ ବେଉରା ।

ଡଃ ପରିଡା ଚଳିତ ବର୍ଷ ମେ ମାସରେ ଅନ୍ୟ ଜଣେ କୋଭିଡ ସଂକ୍ରମିତ ୧୪ ବର୍ଷୀୟ ବାଳିକାର ସେ ସଫଳ ଆପେଣ୍ଡିସାଇଟିସ୍ ସର୍ଜରୀ କରିଥିଲେ ବୋଲି କହିଛନ୍ତି । ଡଃ ପରିଡାଙ୍କ ମତରେ କୋଭିଡ୍ ସଂକ୍ରମିତ ଶିଶୁଙ୍କ ନି କଟରେ ଆପେଣ୍ଡିସାଇଟିସ୍ ଦେଖାଦେଲେ ଏହା ଗୁରୁତର ହୋଇପାରେ ଏବଂଏଥି ନିମନ୍ତେ ତୁରନ୍ତ ଅସ୍ତ୍ରୋପଚାରର ଆବଶ୍ୟକ । ଖୁବ୍ ଶୀଘ୍ର ଝିଅଟି ହସ୍ପିଟାଲ୍ରୁ ଡିସ୍ଚାର୍ଜ ହେବ ବୋଲି ସେ କହିଛନ୍ତି ।

ଝିଅଟି ସୁସ୍ଥ ହେବା ପରେ ସମ୍ କୋଭିଡ୍ ହସ୍ପିଟାଲ୍ର ଡାକ୍ତର, ନର୍ସ ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ତାଙ୍କର ବାପା ଶ୍ରୀ ଅଜୟ ନାୟକ । ଝିଅ ଅସୁସ୍ଥ ହୋଇପଡ଼ିବା ସହ କୋଭିଡ୍ ସଂକ୍ରମିତ ହେବା ପରେ ଆମେ ଭୟଭୀତ ହୋଇପଡ଼ ିଥିଲୁ । ତେବେ ଯେଉଁଭଳି ଭାବେ ସମ୍ କୋଭିଡ୍ ହସ୍ପିଟାଲ୍ରେ ଝିଅର ତୁରନ୍ତ ଅସ୍ତ୍ରୋପଚାର କରାଯିବା ସହ ଚିକିତ୍ସା କରାଗଲା ସେଥିପାଇଁ ଆମେ କୃତଜ୍ଞ ବୋଲି ଶ୍ରୀ ନାୟକ କହିଛନ୍ତି । ଅସ୍ତ୍ରୋପଚାର ସହ କୋଭିଡ୍ର ମଧ୍ୟ ଉତମ ଚିକିତ୍ସା କରାଯାଉଥିଲା ଏବଂ ହସ୍ପିଟାଲ୍ ପକ୍ଷରୁ ଝିଅ ବିଷୟରେ ଆମକୁ ସବୁ ସମୟରେ ସୂଚନା ଦିଆଯାଉଥିଲ । ସମ୍ କୋଭିଡ୍ ହସ୍ପିଟାଲ୍ର ଏହି ଉପକାର ଭୁଲି ହେବ ନାହିଁ ବୋଲି ଶ୍ରୀ ନାୟକ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

sixteen − 8 =