ରାଜ୍ୟରେ ପ୍ରଥମ ଏଣ୍ଡୋସ୍କୋପିକ୍ ବେଲୁନ୍ ୟୁଷ୍ଟୋସାନ୍ ଟୁ୍ୟବୋପ୍ଲାଷ୍ଟି ପ୍ରକି୍ରୟାରେ ଚିକିତ୍ସା

ଭୁବନେଶ୍ୱର() ଓଡ଼ିଶାରେ ପ୍ରଥମ ଥର ପାଇଁ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ୟୁନିଭର୍ସିଟି) ପରିଚାଳିତ
ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେନ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଏଣ୍ଡୋସ୍କୋପିକ୍ ବେଲୁନ୍ ୟୁ୍ଷ୍ଟେସାନ୍ ଟୁ୍ୟବୋପ୍ଲାଷ୍ଟି ପ୍ରକ୍ରିୟାରେ କର୍ଣ୍ଣନଳୀରେ ଉପୁଜୁଥିବା ବ୍ୟାଧିର ଚିକିତ୍ସା କରାଯାଇଛି ।

କର୍ଣ୍ଣ, ନାସା ଓ ଗଳା ଏବଂ ସ୍କଲ୍ ବେସ୍ ସର୍ଜରୀ ବିଶେଷଜ୍ଞ ଡଃ ରାଧାମାଧବ ସାହୁ ସଫଳତାର ସହ ଏହିଭଳି ୬ଟି ପ୍ରକ୍ରିୟାରେ ଚିକିତ୍ସା କରିଥିବା ସୋଆ ପ୍ରେସ୍ ବିଜ୍ଞପ୍ତିରେ ଜଣାଯାଇଛି ।

କର୍ଣ୍ଣନଳୀ ଯାହାକି କାନର ମଝି ଭାଗକୁ ରୋଗର ରକ୍ଷା କରିଥାଏ, ନାକ ଏବଂ କାନର ମଝି ଭାଗକୁ ସଂଯୋଗ କରିଥାଏ । ଯୁବପିଢ଼ିଙ୍କ ମଧ୍ୟରେ ୫ ପ୍ରତିଶତଙ୍କ ଠାରେ ଏହି ଇଟିଡି ବ୍ୟାଧି ଦେଖାଯାଇଥାଏ । ଏହାଦ୍ୱାରା କର୍ଣ୍ଣନଳୀ ଠିକ୍ ଭାବେ କାର୍ଯ୍ୟ କରି ନଥାଏ । ଏହା ପ୍ରାୟତଃ ବନ୍ଦ ଥାଏ କିନ୍ତୁ ମଣିଷ ଖାଇବା ଖାଦ୍ୟ ଗ୍ରହଣ କରିବା ସମୟରେ କିମ୍ବା ଚୋବାଇବା ସମୟରେ ଖୋଲିଯାଇଥାଏ ।

ଏହି ବ୍ୟାଧିର ଲକ୍ଷ୍ୟଣ ହେଲା କାନର ଯନ୍ତ୍ରଣା, ଠିକ୍ ଭାବେ ଶୁଭାଯାଉ ନଥିବା, କାନ ତାବ୍ଦା ହୋଇଯିବା । ଏହା ଦ୍ୱାରା କାନର ପରଦା ଫାଟିଯାଇଥାଏ, କାନର ମଧ୍ୟଭାଗ ନଷ୍ଟ ହୋଇଯାଇଥାଏ ଏବଂ କାନକୁ ଶୁଭିବା କମିଯାଇଥାଏ । ବେଲୁନ୍ ୟୁଷ୍ଟେସାନ୍ ଟୁ୍ୟବୋପ୍ଲାଷ୍ଟି ପ୍ରକି୍ରୟା ଏକ ନୂତନ ପ୍ରକି୍ରୟା ଯାହାକି ଖୁବ୍ କମ୍ ଖର୍ଚ୍ଚରେ ଏବଂ କମ୍ ସମୟରେ ରୋଗୀଙ୍କୁ ଏଭଳି ବ୍ୟାଧିରୁ ମୁକ୍ତି ଦେଇଥାଏ ।

ଏହି ବେଲୁନ୍ ୟୁଷ୍ଟେସାନ୍ ଟୁ୍ୟବୋପ୍ଲାଷ୍ଟି ପ୍ରକି୍ରୟାରେ ଏକ ବେଲୁନ୍କୁ ଟୁ୍ୟବ୍ ସହ ସଂଯୋଗ କରି ନାକ ବାଟ ଦେଇ
ଏଣ୍ଡୋସ୍କୋପିକ୍ ପଦ୍ଧତିରେ କର୍ଣ୍ଣନଳୀ ମଧ୍ୟକୁ ପ୍ରବେଶ କରାଯାଇଥାଏ । ଏହି ପ୍ରକ୍ରିୟାରେ କୋ÷ଣସି ଟିଷୁ ବାହାର କରାଯାଇ ନଥାଏ କିମ୍ବା ଇଞ୍ଜେକ୍ସନ ମଧ୍ୟ ଦିଆଯାଇ ନଥାଏ । ବେଲୁନ୍ ୟୁଷ୍ଟେସାନ୍ ଟୁ୍ୟବୋପ୍ଲାଷ୍ଟି ପ୍ରକ୍ରିୟାରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ୟୁରୋପ୍ରେ ଏବେ ବହୁଳ ଭାବେ ପ୍ରୟୋଗ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

5 + fifteen =