ସମ୍‌ ହସ୍‌ପିଟାଲ୍‌ରେ କରୋନା ଟିକାର ମାନବୀୟ ପରୀକ୍ଷଣ ଆରମ୍ଭ

ଭୁବନେଶ୍ୱର () ସମ୍ ହସ୍‌ପିଟାଲ୍‌ରେ କରୋନା ଭାକସିନ୍ କୋଭାକ୍ସିନ୍‌ର ମାନବୀୟ ପରୀକ୍ଷଣ ଆରମ୍ଭ ହୋଇଛି ।  ସମରେ ହ୍ୟୁମାନ ଟ୍ରାଏଲରେ ଅନେକ ସ୍ୱେସ୍ଥାସେବୀ ଅଂଶଗ୍ରହଣ କରିଥିଲେ । ସମ ହସ୍ପିଟାଲରେ କୋଭିଡ ୧୯ ଭ୍ୟାକସିନର ମାନବ ପରୀକ୍ଷଣ ଆରମ୍ଭ ବେଳେ ସ୍ୱେଚ୍ଛାସେବୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।

କିଛି ସ୍ବେଛାସେବୀଙ୍କ ଉପରେ ଏହି ଟିକାକୁ ପ୍ରୟୋଗ କରାଯାଇଛି  ।ହସ୍ପିଟାଲର ପ୍ରିଭେନଟିଭ ଆଣ୍ଡ ଥେରାପିଉଟିକ କ୍ଲିନିକାଲ ୟୁନିଟରେ  ପରୀକ୍ଷଣ ଆରମ୍ଭ କରାଯାଇଛି  । ପରୀକ୍ଷଣ ନେଇ କ୍ଲିନିକାଲ ୟୁନିଟ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଓଡିଶାରେ କେବଳ ସମ୍‌ ହସ୍‌ପିଟାଲ୍‌ରେ କରୋନା ଟିକାର ମାନବୀୟ ପରୀକ୍ଷଣ କରାଯାଇଛି । ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ଟିକାର ପରୀକ୍ଷଣ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

two × five =