ସମ୍ ଡାକ୍ତରଙ୍କ ସଫଳ ଚିକିତ୍ସା, ସୁସ୍ଥ ହେଲେ ବୟୋଜ୍ୟେଷ୍ଠ

ଭୁବନେଶ୍ୱର() ଜଟିଳ ହୃଦରୋଗ ସମସ୍ୟାରୁ ସୁସ୍ଥ ହେଲେ ଜଣେ ୭୨ ବର୍ଷୀୟ  ବୟୋଜ୍ୟେଷ୍ଠ । ହସ୍ପିଟାଲର ହୃଦରୋଗ ବିଭାଗର ଡାକ୍ତରଙ୍କ ସଫଳ ଉଦ୍ୟମ ଓ କଠୋର ପରିଶ୍ରମ ଫଳରେ ସାଲେପୁର ଅଂଚଳର ୭୨ ବର୍ଷୀୟ ରତ୍ନାକର ବାରିକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଗତ ଅଗଷ୍ଟ ୨୨ ତାରିଖ ଦିନ ଗୁରୁତର ହୃଦରୋଗ ଜନିତ ସମସ୍ୟା ନେଇ ସମ୍ ହସ୍ପିଟାଲ୍ରେ ଭର୍ତି ହୋଇଥିଲେ ରତ୍ନାକର । ତାଙ୍କର କରୋନାରୀ ଆର୍ଟେରୀ ଡିଜିଜ୍ ରହିଥିଲା । ସେହିପରି ତାଙ୍କର ଜଟିଳ ଏଲ୍ଭି ଡିସ୍ଫଙ୍କ୍ସନ୍ ଏବଂ କମ୍ପ୍ଲିଟ୍ ହାର୍ଟ ବ୍ଲକ୍ ରହିଥିଲା । ତାଙ୍କ ଫୁସ୍ଫୁସ୍ରେ ପାଣି ଜମିବା ସହିତ ନିମୋନିଆ ହୋଇଯାଇଥିଲା । ଏପରିକି ତାଙ୍କର କିଡନି ଜନିତ ସମସ୍ୟା ମଧ୍ୟ ଦେଖାଦେଇଥିଲା ଓ  ସୋଡିୟମ୍ ସ୍ତର କମ ଥିଲା । ଅକ୍ସିଜେନ୍ ସାଚୁ୍ୟରେସନ୍ ୬୪ ରୁ ୬୬ ପ୍ରତିଶତ ରହିଥିଲା ।

ଏଭଳି ପରିସ୍ଥିତିରେ ରୋଗୀଙ୍କୁ ପ୍ରଥମେ ସମ୍ ଆଇସୋଲେସନ୍ରେ ଭେଂଟିଲେଟରରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା ଏବଂ ଟେମ୍ପରାରୀ ପେସ୍ ମେକର୍ ଲଗାଯାଇଥିଲା । ପରବର୍ତୀ ସମୟରେ ତାଙ୍କୁ ମେଡିସିନ୍ ବିଭାଗର କି୍ରଟିକାଲ୍ କେୟାର ୟୁନିଟ୍କୁ ଅଣାଯାଇଥିଲା । ଭେଂଟିଲେଟରରେ ରହିଥିବା ଏହି  ରୋଗୀଙ୍କର ଚିକିତ୍ସା କରିବା ସହ ଅସ୍ତେ୍ରାପଚାର କରିବା ଏତେ ସହଜ ନ ଥିଲା । ତେବେ ହୃଦରୋଗ ବିଜ୍ଞାନ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ମାନଭଞ୍ଜନ ଜେନା ଏବଂ ତାଙ୍କ ଟିମ୍ଙ୍କର ଆପ୍ରାଣ ଉଦ୍ୟମ ଓ ଚିକିତ୍ସା ଫଳରେ ତାଙ୍କ ହାର୍ଟରେ କାର୍ଡିଆକ୍ ରିସିଙ୍କେ୍ରାନାଇଜେସନ୍ ଥେରାପି ୱିଥ୍ ପେସ୍ ମେକର୍ ଲଗାଯାଇଥିଲା । କାର୍ଡିର୍ଆକ୍ କ୍ୟାଥ୍ ଲ୍ୟାବ୍ରେ ଏହି ଉନ୍ନତମାନର ପେସ୍ମେକର୍ ଲଗାଯାଇଥିଲା ।

ଅତ୍ୟାଧୁନିକ ସିଆର୍ଟି-ପି ଯନ୍ତ୍ରର ସଫଳ ରୋପଣ ଛାତିର ବାମ ପାଶ୍ୱର୍ରେ କରାଯାଇଛି । ଦୀର୍ଘ ଏକ ମାସ ରହିବା ପରେ ରୋଗୀ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ତାଙ୍କ ପୁଅ ଦୀପକ ବାରିକ କହିଛନ୍ତି । ସେ ଡାକ୍ତର ଜେନା ଓ ସମ୍ ହସ୍ପିଟାଲର ସମସ୍ତ ଟିମ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × two =