ବାଲି ଚୋରା ଚାଲାଣ କରୁଥିଲେ, ୧ ଲକ୍ଷ ଟଙ୍କାର ତଣ୍ଡ ଗଣିଲେ

ସୁବର୍ଣ୍ଣପୁର: ସୋନପୁର ମନମୁଣ୍ଡା ତେଲ ନଦୀରୁ ବାଲି ଚୋରା ଚାଲାଣ କରୁଥିଲେ । କୌଣସି ବିଶେଷ ସୂତ୍ରରୁ ଖବର ପାଇବା ପରେ ମାଡ଼ି ବସିଥିଲା ପ୍ରଶାସନ । ୨ଟି ଟ୍ରାକ୍ଟର ଓ ୨ଟି ହାଇୱାକୁ ଜବତ କରିଥିଲା । ତେବେ ସେମାନେ ଚାଲାଣ କାଟି ଗାଡ଼ି ଫେରାଇ ନେଇଥିବା ସୂଚନା ମିଳିଛି । ହାଇୱା ଗୁଡ଼ିକ ୪୦ ହଜାର ଟଙ୍କା ଲେଖାଏଁ ଫାଇନ ଦେଇଥିବା ବେଳେ ଟ୍ରାକ୍ଟରମାନେ ୧୦ ହଜାର ଲେଖାଏଁ ତଣ୍ଡ ଗଣିଛନ୍ତି । ସମୁଦାୟ ୧ ଲକ୍ଷ ଟଙ୍କାର ତଣ୍ଡ ଗଣିବା ପରେ ସେମାନଙ୍କୁ ଛଡ଼ାଯାଇଥିବା ସୂଚନା ଦେଇଛନ୍ତି ସୋନପୁର ତହସିଲଦାର ନବକିଶୋର ପାଢ଼ୀ । ତେବେ ଏହି ଚଢ଼ାଉ ସମୟରେ ଅତିରିକ୍ତ ତହସିଲଦାର ପ୍ରମୋଦ କୁମାର ମେହେର ଓ ରାଜସ୍ୱ ନିରିକ୍ଷକ ସୁଧିର କୁମାର ପାଣ୍ଡିଆ ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

fourteen − two =