ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

ସୁବର୍ଣ୍ଣପୁର: ବୁଦା ମୂଳରୁ ମିଳିଲା ଶିଶୁକନ୍ୟା । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ହୋଇଥିବା ପରିବାର ଲୋକ କରିଥିଲେ ଅଭିଯୋଗ । ନବଜାତ ଶିଶୁକନ୍ୟାକୁ ପୋଲିସ ଆଜି ଏକ ବୁଦାମୂଳରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି । ମେଡିକାଲରୁ ଶିଶୁକନ୍ୟା ଚୋରି ହେବାକୁ ଅଭିଯୋଗ ଘଟଣା କିଛିଦିନ ହେବ ସୁବର୍ଣ୍ଣପୁର ଜିଲ୍ଲାରେ ଚର୍ଚ୍ଚାରେ ରହି ଆସିଛି । ଗତକାଲି ଏହି ଘଟଣା ନୂଆମୋଡ ନେିଥିଲା । ନବଜାତ କନ୍ୟା ସନ୍ତାନକୁ ତା’ ଜେଜେମାଆ ଆଉ ଜଣେ ମହିଳାଙ୍କୁ ଦେଉଥିବାର ଦୃଶ୍ୟ ସିସିଟିଭିରେ ହୋଇଥିଲା କଏଦ । ଶିଶୁଟିକୁ ନେଇଥିବା ମହିଳା ଜଣଙ୍କ ମେଡିକାଲ ଗେଟ୍ ବାହାରକୁ ଯିବାର ଦୃଶ୍ୟ ମଧ୍ୟ ସିସିଟିଭିରେ କଏଦ ହୋଇଥିଲା । ତେବେ ମହିଳା ଜଣଙ୍କ ମାସ୍କ ପିନ୍ଧି ଥିବାରୁ ତାଙ୍କ ପରିଚୟ ଜଣା ପଡ଼ିନଥିଲା । ଜେଜେମାଆକୁ ଅଟକ ରଖି ପଚରାଉଚରା କରୁଥିଲା ପୋଲିସ ।

Share

Leave a Reply

Your email address will not be published. Required fields are marked *

twenty − seventeen =