ଆସନ୍ତାକାଲି ଗଡ଼ିବନି ବସ୍

ଭୁବନେଶ୍ୱର() କାଲି ଗଡ଼ିବନି ବସ୍ । ଭାରତ ବନ୍ଦ ପାଇଁ ଆସନ୍ତାକାଲି ଘରୋଇ ବସ୍ ସେବା ବନ୍ଦ ରଖାଯାଇଛି। ଚଳାଚଳ ବନ୍ଦ ରଖିବାକୁ ଘରୋଇ ବସ୍ ମାଲିକ ସଙ୍ଘ ନିଷ୍ପତ୍ତି ନେଇଛନ୍ତି। ୧୨ ଦଫା ଦାବି ନେଇ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଏହି ଧର୍ମଘଟ ଡାକରା ଦିଆଯାଇଛି।

ଏନ୍ଡିଏ ସରକାରଙ୍କ ‘ଦମନକାରୀ ନୀତି’ପ୍ରତିବାଦରେ ୧୦ଟି ଶ୍ରମିକ ସଂଗଠନ ପକ୍ଷରୁ ଆସନ୍ତାକାଲି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାକୁ ଦେଶବ୍ୟାପୀ ବିଭିନ୍ନ କୃଷକ ସଂଗଠନ ସମର୍ଥନ ସହ କଂଗ୍ରେସ ନୈତିକ ସମର୍ଥନ ଦେବେ ବୋଲି ମଧ୍ୟ କହିଛନ୍ତି। ତେବେ ଭାରତ ବନ୍ଦ ଯୋଗୁଁ ସାରା ଦେଶରେ ରେଳ ଓ ବ୍ୟାଙ୍କି ସହ ବିଭିନ୍ନ ସେବା ପ୍ରଭାବିତ ହେବ । ତେଣୁ ସୁରକ୍ଷା ଦୃଷ୍ଟିରୁ ରାଜ୍ୟର ସମସ୍ତ ଘରୋଇ ବସ ଚଳାଚଳ ବନ୍ଦ ରହିବ ।

Share

Leave a Reply

Your email address will not be published. Required fields are marked *

15 − 6 =