ଶ୍ରୀମୟୀ ହେବେ ମେୟର!

ଭୁବନେଶ୍ୱର: ଚର୍ଚ୍ଚାରେ ବିଜେଡ଼ି ସାଧାରଣ ସମ୍ପାଦିକା ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର । ଭୁବନେଶ୍ୱର ମହାନଗର ନିଗମର ସେ ମେୟର ହେବେ ବୋଲି ଏବେ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ଚା ଖଟିରୁ ଆରମ୍ଭ କରି ସରକାରୀ ଅଫିସ ସବୁଠି ଏବେ ଶ୍ରୀମୟୀଙ୍କ କଥା ଆଲୋଚନା ହେଉଛି । ନିକଟରେ ଓଟିଡିସି ପକ୍ଷରୁ ‘ନିମନ୍ତ୍ରଣ’ ନାମକ ଏକ ଓଡ଼ିଆ ରେଷ୍ଟୁରାଣ୍ଟ ଉଦଘାଟନ ହୋଇଛି । ଯାହାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ତେବେ ଏହାର ସମସ୍ତ ଶ୍ରେୟ ଯାଇଛି ଶ୍ରୀମୟୀଙ୍କୁ । ସେପଟେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଅାଁଖାଇ ପାଖେଇ ଆସୁଥିବା ବେଳେ ଭୁବନେଶ୍ୱରରେ ଛକ ଛକରେ ଓଟିଡିସି ପକ୍ଷରୁ ପୋଷ୍ଟର ମରାଯାଇଛି । ପୂର୍ବରୁ ଏଭଳି ପୋଷ୍ଟର କେବେ ମରାଯାଉନଥିଲା । ଆଉ ଏବେ ଏଭଳି ପୋଷ୍ଟର ମରାଯାଉଥିବାରୁ ଚର୍ଚ୍ଚାର ପରିଧି ମଧ୍ୟକୁ ଆସିଛନ୍ତି ଶ୍ରୀମୟୀ ।

ଚଳିତବର୍ଷ ଭୋଟରମାନେ ସିଧାସଳଖ ବାଛିବେ ମେୟର । ଏଥିଲାଗି ଶ୍ରୀମୟୀ ମେୟର ହେବାକୁ ମନ ବଳାଇଥିବା କୁହାଯାଉଛି । ଏପରିକି ନବୀନ ନିବାସରୁ ତାଙ୍କୁ ନିର୍ଭର ପ୍ରତିଶୃତି ମିଳିଥିବା ମଧ୍ୟ ଚର୍ଚ୍ଚା ହେଉଛି । ଯେଉଁ କାରଣରୁ ଏବେ ରାଜଧାନୀରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆରମ୍ଭ କରିଛନ୍ତି ଶ୍ରୀମୟୀ । ଭୋଟରଙ୍କ ମନମୋହିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ସେପଟେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ବିଜେଡିରେ ମିଶାଇ ମେୟର କରିବା ଲାଗି ବିଜେଡିର ଗୋଟିଏ ଗୋଷ୍ଠୀ ଲବି ଆରମ୍ଭ କରିଦେଇଛି । ଜଗନ୍ନାଥ ମଧ୍ୟ ବିଜେଡି ମିଶିବା ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ଏପଟେ ଶ୍ରୀମୟୀ ମେୟର ହେବା ନେଇ କୁହାଯାଉଛି । କୁହାଯାଉଛି କି, ବିଜେଡି ଏଥରକ ମହିଳା କାର୍ଡ ଖେଳି ଶ୍ରୀମୟୀଙ୍କୁ ମେୟର କରିପାରେ । ତେବେ କାହାକୁ ଆଗାମୀ ଦିନରେ ଟିକେଟ ମିଳିବ ତାଉପରେ ରହିଛି ସମସ୍ତଙ୍କ ନଜର ।

Share

Leave a Reply

Your email address will not be published. Required fields are marked *

one × 2 =