ଏପ୍ରିଲ ୧ରୁ ଶ୍ରୀମନ୍ଦିର ହେବ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ୍ ମୁକ୍ତ

ପୁରୀ() ଆସନ୍ତା ଏପି୍ରଲ ପହିଲାରୁ ଶ୍ରୀମନ୍ଦିର ଭିତରେ ପାନ ଖାଇ ପସିଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ଆଜି ଏଠାରେ ଅନୁଷ୍ଠିତ ଛତିଶା ନିଯୋଗ କମିଟି ବୈଠକରେ ନିଷ୍ପତି ହୋଇଛି ।

ଆଜି ଏଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ନିଷ୍ପତି ଗୁଡିକ ମଧ୍ୟରେ ଭୋଗମଣ୍ଡପରୁ ଧାର୍ୟ୍ୟ ସମୟ ଆଗରୁ ଅବଢ଼ା ବାହାରିବା ନେଇ ପଦକ୍ଷେପ ନିଆ ଯିବାକୁ ନିଷ୍ପତି ହୋଇଛି । ଏହାସହ ଏପ୍ରିଲ ୧ରୁ ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ୍ ମୁକ୍ତ କରାଯିବ ବୋଲି ମଧ୍ୟ ସ୍ଥିର ହୋଇଛି ।

ଏହି ବୈଠକରେ ଆସନ୍ତା ୯ତାରିଖରେ ହେବାକୁ ଥିବା ମେଣ୍ଢାପୋଡ଼ି ଏବଂ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଆଦି ଉପରେ ଆଲୋଚନା କରାଯାଇଛି। ଏଥିସହ ସଭାପତିଙ୍କ ଅନୁମୋଦନ କ୍ରମେ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।

ଏହି ବୈଠକରେ ଜିଲାପାଳ ବଲଓ୍ବନ୍ତ ସିଂହ, ଏସ୍‌ପିଙ୍କ ସମେତ ଅନ୍ୟାନ୍ୟ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ।

Share

Leave a Reply

Your email address will not be published. Required fields are marked *

10 + nineteen =