ବାଦଲରେ ମହାପ୍ରଭୁ ଶ୍ରୀଜଗନ୍ନାଥ

ଭୁବନେଶ୍ୱର () ସୋସିଆଲ ମିଡିଆରେ ଏବେ ଶ୍ରୀଜଗନ୍ନାଥଙ୍କ ଏକ ବିରଳ ଛବି ଭାଇରାଲ ହୋଇଛି । ଉପରୋକ୍ତ ଏହି ଫୋଟୋଟିକୁ କେହିଜଣେ ଜଗନ୍ନାଥ ପ୍ରେମୀ ଫେସବୂକରେ ଛାଡିଛନ୍ତି । ଏହି ଫୋଟୋକୁ ନିରିଖେଇ ଦେଖନ୍ତୁ । ଶ୍ରୀମନ୍ଦିର ନିକଚକ୍ରର ଠିକ ଉପରେ ବାଦଲ ମଧ୍ୟରେ ମହାପ୍ରଭୁ ଦୃଶ୍ୟମାନ ହେଉଛନ୍ତି । ଏହି ଫୋଟୋଟି ଅସଲି ନ ନକଲି ତାହା ଜଣାପଡିନି । କିନ୍ତୁ ସୋସିଆଲ ମିଡ଼ିଆ ପୋଷ୍ଟ ଅନୁଯାଇ ଗତକାଲିର ଏହି ଦୃଶ୍ୟ ଦେଖିବାକୁ କୁଆଡେ ଶ୍ରୀମନ୍ଦିର ସମ୍ମୁଖରେ କିଛି ସମୟ ପାଇଁ ବେଶ ଭିଡ ହୋଇଥିଲା । ଯଦି ଫୋଟୋଟି ସତ ତେବେ ଏହାକୁ ହିଁ କୁହାଯିବ ମହାପ୍ରଭୁଙ୍କ ଲୀଳା । କିନ୍ତୁ ଯଦି ଏହା ଏକ ନକଲି ଫୋଟୋ ତେବେ ସମ୍ପୃକ୍ତ ବ୍ୟକ୍ତି ଏଥିରୁ କ୍ଷାନ୍ତ ରହିବା ଉଚିତ । କାରଣ ଏହା ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଉଛି ।

Share

Leave a Reply

Your email address will not be published. Required fields are marked *

4 − 2 =