କୋଭିଡ ଯୋଦ୍ଧା ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ  ପରିବାରକୁ ଭତ୍ତା

ଭୁବନେଶ୍ୱର() କୋଭିଡ ଯୋଦ୍ଧା ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ  ପରିବାର ପାଇଁ  ଶୁକ୍ରବାର ରାଜ୍ୟ ସରକାର ନୂଆ ଘୋଷଣା କରିଛନ୍ତି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ନିଦେ୍ର୍ଧଶନାମା ଜାରି କରିଛନ୍ତି । ତେବେ କ’ଣ ଘୋଷଣା କରାଯାଇଛି  ସେ ସମ୍ପର୍କରେ ଜାଣନ୍ତୁ:

୧- ଡୁ୍ୟଟିରେ ଥାଇ ଅଙ୍ଗନବାଡ଼ି  ଓ ଆଶା କର୍ମୀଙ୍କ ମୃତୁ୍ୟ ହେଲେ ତାଙ୍କ ପରିବାରକୁ ଭତ୍ତା ପ୍ରଦାନ କରାଯିବ ।
୨- ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ  ୬୦ ବର୍ଷ ହେବା ଯାଏଁ ଭତ୍ତା ମିଳିବ ।
୩- ମୃତ ଅଙ୍ଗନବାଡ଼ି କର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ମାସିକ ୭୫୦୦ ଟଙ୍କା ଭତ୍ତା ମିଳିବ ।
୪- ମୃତ ଆଶା କର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ମାସିକ ୫ ହଜାର ଟଙ୍କା  ମିଳିବ ।

Share

Leave a Reply

Your email address will not be published. Required fields are marked *

12 + 17 =