ଭୁବନେଶ୍ୱରରୁ ୩ ସ୍ଥାନକୁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର : ବ୍ରହ୍ମପୁର ଓ ବିଜୟନଗରମ ମାର୍ଗ ଦେଇ ଭୁବନେଶ୍ୱରରୁ ଜୁନାଗଡ଼ ରୋଡ଼ ଏବଂ ଜଗଦଳପୁରକୁ ବିଶେଷ ଟ୍ରେନ ଚଳାଚଳ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବାବେଳେ ଭୁବନେଶ୍ୱର ଠାରୁ ନୟାଗଡ଼ ଟାଉନ ମଧ୍ୟରେ ବିଶେଷ ଟ୍ରେନ ଚଳାଚଳ କରାଯିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଅଛି |

ଏପ୍ରିଲ ମାସ ୧୦ ତାରିଖ ଠାରୁ ଭୁବନେଶ୍ୱର ଠାରୁ 02097 ଭୁବନେଶ୍ୱର-ଜୁନାଗଡ ରୋଡ୍ ବିଶେଷ ଟ୍ରେନ ଛାଡିବାକୁ ଥିବାବେଳେ ଜୁନାଗଡ଼ ରୋଡ଼ ଠାରୁ 02098 ଜୁନାଗଡ଼ ରୋଡ଼-ଭୁବନେଶ୍ୱର ବିଶେଷ ଟ୍ରେନ ଏପ୍ରିଲ ମାସ ୧୧ ତାରିଖ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି | ଏହି ଟ୍ରେନ୍ ଭୁବନେଶ୍ୱରରୁ ରାତ୍ର ୯ଘ.୪୦ମି.ରେ ଛାଡି ଜୁନାଗଡ଼ ରୋଡ଼ରେ ତା’ପରଦିନ ପୂର୍ବାହ୍ନ ୯ଘ.୧୦ମି.ରେ ପହଞ୍ଚିବ | ଫେରିବା ମାର୍ଗରେ, ଏହି ଟ୍ରେନ ଜୁନାଗଡ଼ ରୋଡ଼ ରୁ ସନ୍ଧ୍ୟା ୫ଘ.୩୦ମି.ରେ ଛାଡି ଭୁବନେଶ୍ୱରରେ ତା’ପରଦିନ ସକାଳ ୫ଘ.୨୦ମି.ରେ ପହଞ୍ଚିବ | ଏହି ଟ୍ରେନ ଉଭୟ ପାର୍ଶ୍ୱରୁ ଭୁବନେଶ୍ୱର ଓ ଜୁନାଗଡ଼ ରୋଡ଼ ମଧ୍ୟରେ ଖୋର୍ଦ୍ଧା ରୋଡ୍, ବାଲୁଗାଓଁ, ଛତ୍ରପୁର, ବ୍ରହ୍ମପୁର, ଇଛାପୁରମ୍, ପାଲାସା, ଶ୍ରୀକାକୁଲମ୍ ରୋଡ୍, ବିଜୟନଗରମ୍, ବବିଲି, ପାର୍ବତୀପୁରମ୍, ରାୟଗଡା, ବିଷମକଟକ, ମୁନିଗୁଡା, ଆମ୍ବୋଦଳା ଏବଂ ଭବାନୀପାଟଣା ଷ୍ଟେସନ ମାନଙ୍କରେ ରହଣି କରିବ |

20 ଏପ୍ରିଲ, 2021 ଠାରୁ 08447 ଭୁବନେଶ୍ୱର-ଜଗଦଲପୁର ସ୍ପେଶାଲ ଭୁବନେଶ୍ୱରରୁ ଛାଡିବାକୁ ଥିବାବେଳେ ଜଗଦଲପୁରରୁ 08448 ଜଗଦଲପୁର-ଭୁବନେଶ୍ୱର ସ୍ପେଶାଲ 21 ଏପ୍ରିଲ୍, 2021 ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ | ଏହି ଟ୍ରେନ୍ ଭୁବନେଶ୍ୱରରୁ ସନ୍ଧ୍ୟା ୭ଘ.୩୫ମି.ରେ ଛାଡି ତା’ପରଦିନ ପୂର୍ବାହ୍ନ ୧୧ଘ.୫୫ମି.ରେ ଜଗଦଲପୁରରେ ପହଞ୍ଚିବ | ଫେରିବା ମାର୍ଗରେ, ଏହି ଟ୍ରେନ୍ ଜଗଦଲପୁରରୁ ଅପରାହ୍ନ ୪ଘ.୩୦ମି.ରେ ଛାଡି ଭୁବନେଶ୍ୱରରେ ତା’ପରଦିନ ସକାଳ ୮ଘ.୨୦ମି.ରେ ପହଞ୍ଚିବ | ଏହି ଟ୍ରେନ ଉଭୟ ପାର୍ଶ୍ୱରୁ ଭୁବନେଶ୍ୱର ଓ ଜଗଦଳପୁର ମଧ୍ୟରେ ଖୋର୍ଦ୍ଧା ରୋଡ଼, ନିରIକାରପୁର, କାଳୁପଡାଘାଟ, ବାଲୁଗାଓଁ, ଖଲିକୋଟ, ଛତ୍ରପୁର, ବ୍ରହ୍ମପୁର, ଇଛାପୁରମ୍, ସୋମପେଟା, ପଲାସା, ଶ୍ରୀକାକୁଲମ ରୋଡ଼, ଚିପୁରୁପାଲ୍ଲୀ, ବିଜୟନଗରମ୍, ବବିଲି, ପାର୍ବତୀପୁରମ୍, ପାର୍ବତୀପୁରମ୍ ଟାଉନ୍, ରାୟଗଡା, ଟିକିରି, ଦାମନଯୋଡି, କୋରାପୁଟ ଏବଂ ଜୟପୁର ଷ୍ଟେସନ ମାନଙ୍କରେ ରହଣି କରିବ |

ଏହାପୂର୍ବରୁ ଏହି ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱର ଏବଂ କୋରାପୁଟ ମଧ୍ୟରେ ସମ୍ବଲପୁର, ଟିଟିଲାଗଡ ଏବଂ ରାୟାଗଡା ମାର୍ଗ ଦେଇ ଚଳାଚଳ କରୁଥିଲା | ଯାତ୍ରୀ ମାନଙ୍କର ସୁବିଧାକୁ ଦୃଷ୍ଟିରେ ରଖି ଏହି ଟ୍ରେନକୁ 19 ଏପ୍ରିଲରୁ ଭୁବନେଶ୍ୱର ଠାରୁ ଏବଂ 20 ଏପ୍ରିଲ, 2021 ଠାରୁ କୋରାପୁଟରୁ ବାତିଲ କରାଯାଇ ଏହି ଟ୍ରେନର କୋଭିଡ ପୂର୍ବର ନିର୍ଧାରିତ ଚଳାଚଳ ମାର୍ଗ ଭାୟା ବ୍ରହ୍ମପୁର, ବିଜୟନଗରମ୍ ଏବଂ ରାୟାଗଡା ପଥଦେଇ ଚଳାଚଳ କରାଇବାକୁ ନିଷ୍ପତ୍ତି ଗ୍ରହଣ କରାଗଲା |

08423 ଭୁବନେଶ୍ୱର-ନୟାଗଡ଼ ଟାଉନ୍ ସ୍ପେଶାଲ୍ ଭୁବନେଶ୍ୱରରୁ 13 ଏପ୍ରିଲ, 2021 ଏବଂ 08424 ନୟାଗଡ଼ ଟାଉନ୍-ଭୁବନେଶ୍ୱର ସ୍ପେଶାଲ୍ ନୟାଗଡ଼ ଟାଉନ୍ ଠାରୁ 14 ଏପ୍ରିଲ, ୨୦୧୧ ଠାରୁ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଅଛି | ଏହି ଟ୍ରେନ୍ ଭୁବନେଶ୍ୱରରୁ ସନ୍ଧ୍ୟା ୬ଘ.୪୦ମି.ରେ ଛାଡି ନୟାଗଡ଼ ଟାଉନରେ ରାତ୍ର ୮ଘ.୪୫ମି.ରେ ପହଞ୍ଚିବ | ନୟାଗଡ଼ ଟାଉନରୁ ଏହି ଟ୍ରେନ୍ ସକାଳ ୬ଘ.୩୦ମି.ରେ ଛାଡି ଭୁବନେଶ୍ୱରରେ ପୂର୍ବାହ୍ନ ୯ଘଟିକାରେ ପହଞ୍ଚିବ | ଉଭୟ ଦିଗରୁ ଏହି ଟ୍ରେନ ଭୁବନେଶ୍ୱର ଏବଂ ନୟାଗଡ଼ ଟାଉନ୍ ମଧ୍ୟରେ ଖୋର୍ଦ୍ଧା ରୋଡ୍, ଖୋର୍ଦ୍ଧା ଟାଉନ୍, ବେଗୁନିଆ, ରାଜସୁନାଖଳା ଏବଂ ବୋଲାଗଡ ରୋଡରେ ରହଣି କରିବ |

Share

Leave a Reply

Your email address will not be published. Required fields are marked *

four × three =