ବନ୍ୟା ବିପନ୍ନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ

ଭୁବନେଶ୍ୱର () ଗଜପତି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବଡ ଘୋଷଣା । ବନ୍ୟାରେ ମୃତ୍ୟୁବରଣ କରିଥିବା ସବୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ରାଶି 4 ଲକ୍ଷରୁ 10 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଗଜପତି ଜିଲ୍ଲାର ବାରଘର ଗାଁ ଲୋକଙ୍କ ସହ ସିଧାସଳଖ କଥା ହୋଇଛନ୍ତି । ସେମାନଙ୍କ ପାଇଁ କ୍ଷତିପୂରଣ ରାଶି ବୃଦ୍ଧି ସହ ପାହାଡ଼ ଉପରେ ଥିବା 74 ପରିବାରକୁ ପାହାଡ଼ ତଳେ ଥଇଥାନ କରାଯିବ ବୋଲି ଘୋଷଣା କରାଯିବ । ଏଥିପାଇଁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ 4 ଡ଼ିସିମିଲ ଜମି ଯୋଗାଇଦେଇଛନ୍ତି । ବିଜୁ ପକ୍କା ଘର ଯୋଜନାରେ ସେମାନଙ୍କ ପାଇଁ ଘର ତିଆରି ହବ । ଜିଲ୍ଲାର ସବୁ ଅନାଥ ଶିଶୁଙ୍କୁ ସରକାର ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ସେପଟେ ମୃତ୍ୟୁ ସଂଖ୍ୟା 57କୁ ବୃଦ୍ଧି ପାଇଥିବା ବେଳେ କ୍ଷୟକ୍ଷତିର ପ୍ରାଥମିକ ଆକଳନ ହୋଇଛି । ପ୍ରାଥମିକ ଆକଳନ ଅନୁଯାଇ ବାତ୍ୟା ଓ ବନ୍ୟାରେ 22 ଶହ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

15 − 8 =