ବନ୍ୟା ବିପନ୍ନଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ

ଅନାଥ ଶିଶୁଙ୍କ ଦାୟିତ୍ବ ନେଲେ ସରକାର

ଗଜପତି () ଗଜପତି ଜିଲ୍ଲା ଗଙ୍ଗାବାଡ ପଂଚାୟତ ଗସ୍ତ କରି ଭୂସ୍ଖଳନରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ଭେଟିଛନ୍ତି । ଏପରିକି ଏହି ଦୁର୍ବିପାକରେ ମୃତ୍ୟୁବରଣ ବ୍ୟକ୍ତିଙ୍କ ପରିବାକୁ ମଧ୍ୟ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ବନ୍ୟା ବିପନ୍ନଙ୍କୁ ସମସ୍ତ ସହାନୁଭୁତି ଓ ସମବେଦନାର ସହ ମୁଖ୍ୟମନ୍ତ୍ରୀ ସେମାନଙ୍କ ଉଡୁଡା ଅତିତକୁ ସୁଧାରିବାକୁ ସହାୟତାର ସ୍ବତନ୍ତ୍ର ପ୍ୟାକେଜ ସହ ଅନାଥ ଶିଶୁଙ୍କ ଭରଣପୋଷଣ ଦାୟିତ୍ବ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି ।

ଓଡିଶାରେ ଭୁସ୍ଖଳରେ ଏତେ ସଂଖ୍ୟାରେ ଲୋକ ମୃତ୍ୟୁବରଣ କରିବା ପ୍ରଥମ ଘଟଣା । ଓଡିଶା ଇତିହାସରେ ଭୁସ୍ଖଳରେ କେବେ ଏଭଳି ଲୋକେ ମୃତ୍ୟୁବରଣ କରିନାହାଁନ୍ତି । ତେଣୁ ଏବେ ସରକାର ପାହାଡ ଉପରେ ଲୋକେ ବସବାସ କରୁଥିବା ଗାଁଗୁଡିକର ବିପଦସଂକୁଳତା ମପାଯିବ । ତଦନୁଯାୟୀ ସେହିସବୁ ଗାଁ ଲୋକଙ୍କୁ ଅନ୍ୟତ୍ର ଥଇଥାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ପାହାଡ ଉପରେ ବସବାସ କରୁଥିବା ବହୁ ଲୋକେ ସମତଳ ଅଂଚଳକୁ ଚାଲିଆସିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ସେମାନଙ୍କୁ ସରକାର ଘରଡିହ ଯୋଗାଇଦେବା ସହ ପକ୍କା ଘର ମଧ୍ୟ ପ୍ରଦାନ କରିବେ । ଏଥିସହିତ ସେମାନଙ୍କୁ ଖାଦ୍ୟ, ସ୍ବାସ୍ଥ୍ୟ ଓ ଅନ୍ୟାନ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯିବ । ଏହି ନୂଆ ଜନବସତିକୁ ଗାଁର ମାନ୍ୟତା ମିଳିବ । ଏଠାରେ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର, ଡାକ୍ତରଖାନା, ପାନୀୟ ଜଳ ବ୍ୟବସ୍ଥା, ଗୋଷ୍ଠି କେନ୍ଦ୍ର ଭଳି ସବୁ ପ୍ରକାର ସର୍ବନିମ୍ନ ସୁବିଧା ଯୋଗାଇଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଏହି ଅବସରରେ ମୃତ୍ୟୁବରଣ କରିଥିବା ପରିବାରକୁ ଅନୁକମ୍ପାମୂଳକ ସହାୟତା ରାଶି ପରିମାଣ 10 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ପୂର୍ବରୁ 4 ଲକ୍ଷ ଟଙ୍କା ପ୍ରଦାନର ଘୋଷଣା କରାଯାଇଥିବା ବେଳେ ବଳକା 6 ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଦିଆଯିବ । ଗଙ୍ଗାବାଡର ସବୁ ଅନାଥ ଶିଶୁଙ୍କ ଶିକ୍ଷା ଓ ଅନ୍ୟାନ ସବୁ ଖର୍ଚ୍ଚ ସରକାର ବହନ କରିବେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ପାହାଡ ଉପରୁ ସମତଳକୁ ଆସିବାକୁ ଛାହୁଁଥିବା 10ଟି ପରିବାରକୁ ମୁଖ୍ୟମନ୍ତ୍ରୀ 4ଡିସିମିଲ ଜମି ପଟ୍ଟା ପ୍ରଦାନ କରିଛନ୍ତି । ଏହି ଅବସରରେ ଉପସ୍ଥିତ ଥିବା ଅଫିସରଙ୍କୁ ମୁଖ୍ୟମନ୍ତ୍ରୀ ସଡକ ଯୋଗାଯୋଗ ବ୍ୟବସ୍ଥାର ପୁର୍ନଗଠନ ଏବଂ ବିଦ୍ୟୁତ ଯୋଗାଯୋଗ ବ୍ୟବସ୍ଥାର ପୁନଃସ୍ଥାପନ କାର୍ଯ୍ୟକୁ ଯୁଦ୍ଧକାଳିନ ଭିତ୍ତିରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପରେ ମୁଖ୍ୟମନ୍ତ୍ରୀ ଭଂଜନଗରରେ ଗଂଜାମ ଜିଲ୍ଲାର ପୁର୍ନଗଠନ ଓ ଥଇଥାନ କାର୍ଯ୍ୟର ସମୀକ୍ଷା କରିଥିଲେ ।

Share

Leave a Reply

Your email address will not be published. Required fields are marked *

6 + 20 =