ତିନି ରଥର ହେଲା ଦକ୍ଷିଣ ମୋଡ଼

ପୁରୀ: ୩ ରଥର ଦକ୍ଷିଣ ମୋଡ଼ ଆରମ୍ଭ। ଆଜ୍ଞାମାଳ ଆସିବା ପରେ ୩ ରଥକୁ ଦକ୍ଷିଣ ମୋଡ କରାଯାଉଛି। ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳଣ ରଥକୁ ଦକ୍ଷିଣ ମୋଡ କରାଯାଉଛି। ଏହାପରେ ତାଳଧ୍ଵଜ ଓ ଶେଷରେ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ କରାଯିବ। ପୋଲିସ ଓ ଭୋଇ ସେବାୟତ ମିଶି ରଥକୁ ଦକ୍ଷିଣ ମୋଡ କରୁଛନ୍ତି। ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଥିବା ୩ ରଥକୁ ନାକଚଣା ଦ୍ୱାର ନିକଟକୁ ନିଆଯିବ।

ଆଜ୍ଞାମାଳ ବିଜେ ପରେ ସେବାୟତ, ପୋଲିସଙ୍କ ସହାୟତାରେ ୩ ରଥକୁ ଶରଧାବାଲିକୁ ଟାଣି ନେଉଛନ୍ତି । ପରମ୍ପରା ଅନୁଯାୟୀ ମହାପ୍ରଭୁ ସିଂହଦ୍ୱାର ଦେଇ ଆଡପ ମଣ୍ଡପ ବିଜେ କରିଥିବାବେଳେ ନାକଚଣା ଦ୍ୱାର ଦେଇ ବାହୁଡା଼ ଯାତ୍ରାରେ ବାହାରି ଥାନ୍ତି କ୍ଷ ତେବେ ଆଜି ସକାଳଧୂପ ପରେ ଆଜ୍ଞାମାଳ ବିଜେ କରାଯାଇଥିଲା। ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ଆସିବା ପରେ ୩ ରଥକୁ ଦକ୍ଷିଣ ମୋଡ କରାଯାଇଛି।

Share

Leave a Reply

Your email address will not be published. Required fields are marked *

1 + ten =