୫ଟିରେ ସାମିଲ ହେଲା କୃଷି ବିଭାଗ

ଭୁବନେଶ୍ୱର() ଉଚ୍ଚ ଶିକ୍ଷା ବିଭାଗ ପରେ ୫ଟି ଅଧୀନକୁ ଆସିଲା କୃଷି ବିଭାଗ । ଆଜି ଠାରୁ ୫ଟି ଅଧୀନରେ କାର୍ଯ୍ୟ କରିବ ରାଜ୍ୟ କୃଷି ବିଭାଗ । କୃଷି ବିଭାଗ ସଚିବ ସୌରଭ ଗର୍ଗ ଏନେଇ ସୂଚନା ଦେଇଛନ୍ତି ।

ଚାଷୀଙ୍କ ସମସ୍ତ ସମସ୍ୟା ବୁଝାଯିବା ସହିତ ତାଙ୍କ ଠାରୁ ମତାମତ ନିଆଯିବ ।ଚାଷୀଙ୍କ ଆୟ ଦୁଇଗୁଣ କରାଯିବା ସହ ପୋଖରୀ ଖନନ ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ସୌରଭ ଗର୍ଗ ।

ଲୋକସଭା ଭବନରେ ଆୟୋଜିତ କାର୍ୟ୍ୟକ୍ରମରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି ଯେ, ମୋ ସରକାରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସାମିଲ ହେବା ଚାଷୀ ଭାଇଙ୍କର ସଶକ୍ତିକରଣ ଏକ ବରିଷ୍ଠ ପଦକ୍ଷେପ । କୃଷି ବିଭାଗର ପ୍ରକୃତ ମାଲିକ ହେଉଛନ୍ତି ଚାଷୀ । ତେଣୁ ଚାଷୀଙ୍କ ଉନ୍ନତି ପାଇଁ କୃଷି ବିଭାଗ କର୍ମଚାରୀ ଓ ଅଧିକାରୀମାନେ ନିଷ୍ଠାର ସହ କାର୍ୟ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହ ନିଜେ ବ୍ୟକ୍ତିଗତ ଭାବରେ ଚାଷୀମାନଙ୍କୁ ଫୋନ କରି ସେମାନେ ପାଉଥିବା ସେବା ସଂପର୍କରେ ପଚାରି ବୁଝିବେ ।

Share

Leave a Reply

Your email address will not be published. Required fields are marked *

10 + eleven =