କରୋନା କେତେଜଣଙ୍କୁ ଛୁଇଁଲାଣି ଜାଣିବା ଲାଗି ହେବ ସୋରୋ ସର୍ଭେ

ଭୁବନେଶ୍ୱର: ସାରା ବିଶ୍ୱକୁ କବଳିତ କରିଛି କରୋନା ଭାଇରସ । ପ୍ରତିଦିନ ଏହି ଭାଇରସ କବଳରେ କବଳିତ ହେଉଛନ୍ତି ଅନେକ ଲୋକ । ଜଟିଲତା ଲାଗି ଅନେକ ଲୋକଙ୍କ ମଧ୍ୟ ଜୀବନ ଚାଲିଯାଇଛି । ଯଦିଓ ଧିରେ ଧିରେ ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି ତଥାପି କରୋନା ସମ୍ପୂର୍ଣ୍ଣ ନିପାତ ହୋଇନାହିଁ । ଏଣୁ ଏହି ଭାଇରସ କେତେ ଜଣଙ୍କୁ ଛୁଇଁଲାଣି ଜାଣିବା ଲାଗି ଏହି ସୋରେ ସର୍ଭେ କରାଯିବ ।

କରୋନା ଭୂତାଣୁର ଘନତ୍ୱ ଜାଣିବା ଲାଗି ଜାତୀୟ ସ୍ତରରେ ହେବ ସୋରୋ ସର୍ଭେ । ଭାଇରସ କେତେ ଜଣଙ୍କୁ ଛୁଇଁଲାଣି ଜାଣିବା ଲାଗି ଏହି ସର୍ଭେ କରାଯିବ । ଆଜି ଏନେଇ ସୂଚନା ଦେଇଛନ୍ତି ନୀତି ଆୟୋଗ ସଦସ୍ୟ ଭି.କେ ପଲ୍ ।

Share

Leave a Reply

Your email address will not be published. Required fields are marked *

2 × 2 =