ମହାପ୍ରଭୁଙ୍କ ଦର୍ଶନ ପାଇଁ ଜାରି ହେଲା ନୂଆ ଏସଓପି

ପୁରୀ : କରୋନା କଟକଣା ମଧ୍ୟରେ ପୁରୀ ଶ୍ରୀମନ୍ଦିର ଖୋଲିଥିବା ବେଳେ ପ୍ରାୟ ସବୁ ସମୟରେ ରାଜ୍ୟରେ କରୋନା ସ୍ଥିତି ଓ ବିଶେଷ ଭାବରେ ପୁରୀ ସହରରେ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ସର୍ବ ସାଧାରଣ ଦର୍ଶନ ନିମନ୍ତେ ଭିନ୍ନ ଭିନ୍ନ ଗାଇଡଲାଇନ୍ ଜାରି କରାଯାଇ ଆସୁଛି।

ବର୍ତ୍ତମାନ ମଧ୍ୟ ସମାନ ଭାବରେ ଛତିଶା ନିଯୋଗର ବୈଠକ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ନୂଆ ଏସଓପି ଜାରି କରାଯାଇଛି। ଏହି ଏସଓପି ଆଜିଠାରୁ ଆଗାମୀ ନିର୍ଦ୍ଦେଶ ଆସିବା ପର୍ୟ୍ୟନ୍ତ ବଳବତ୍ତର ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତିଦିନ ଶ୍ରୀମନ୍ଦିରରେ ସପ୍ତାହକୁ ୬ ଦିନ ସକାଳ ୭ଟାରୁ ରାତି ୯ଟା ପର୍ୟ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ବିଶୋଧନ ପାଇଁ ପ୍ରତି ରବିବାର ଦର୍ଶନ ବନ୍ଦ ରହିବ। ଆସନ୍ତା ୨୦ ତାରିଖ କୁମାର ପୂର୍ଣ୍ଣିମାରେ ଶ୍ରୀମନ୍ଦିର ଖୋଲା ରହିବ। ନଭେମ୍ବରରେ ୪ ତାରିଖ ଦୀପାବଳୀ, ୧୫ ତାରିଖ ବଡ଼ ଏକାଦଶୀ ଓ ୧୯ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ।

ମହାପ୍ରଭୁଙ୍କ ଦର୍ଶନ ପାଇଁ ୯୬ ଘଣ୍ଟାର କୋଭିଡ୍ ନେଗେଟିଭ ରିପୋର୍ଟ ଅବା ଡବଲ ଡୋଜ୍ କୋଭିଡ ଟିକା ବାଧ୍ୟତାମୂଳକ କରାଯାଇଛି। କିଓସ୍କ ସେଣ୍ଟରେ ଏହି ପ୍ରମାଣପତ୍ର ସହ ନିଜ ଆଧାରକାର୍ଡ ଅବା ଅନ୍ୟ ପ୍ରମାଣପତ୍ର ଦେଖାଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ।ଏହାଛଡା ଧାର୍ଯ୍ୟ ସ୍ଥାନରେ ଭକ୍ତମାନେ ଦୀପ, ଧୂପ ଲଗାଇ ପାରିବେ। ଫୁଲ, ଭୋଗ ଆଦି ନେଇପାରିବେ। ଆନନ୍ଦ ବଜାରରେ ବସି ମହାପ୍ରସାଦ ସେବନ କରିପାରିବେ। ପୂର୍ବ ବୈଠକର ନିଷ୍ପତି ଅନୂଯାଇ ପାନ, ଗୁଟଖା ଖାଇବା, ପଲିଥିନ ଆଦି ନେବାରେ କଟକଣା ଲଗାଯାଇଛି। ପାନ, ଗୁଟଖା ଖାଇ ଶ୍ରୀମନ୍ଦିର ଗଲେ ୫ଶହ ଟଙ୍କା ଜରିମାନା କରାଯିବ। ପଲିଥିନ ନେଇ ଧରାପଡିଲେ ୧ହଜାର ଟଙ୍କା ଜରିମାନା କରାଯିବ।

Share

Leave a Reply

Your email address will not be published. Required fields are marked *

14 − ten =