ଭିନ୍ନ ଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଦେଖାଯିବ ସୂର୍ୟ୍ୟପରାଗ

ଭୁବନେଶ୍ୱର()  ସୂର୍ୟ୍ୟପରାଗ ୨୬ଡିସେମ୍ବର ଗୁରୁବାର ପୂର୍ବାହ୍ନରେ ଦେଖାଯିବ। ପୁଷ ଅମାବାସ୍ୟାରେ ହେଉଥିବା ଏହି ପରାଗ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଦେଖାଯିବ।

* ଓଡିଶାର ରାଜଧାନୀ ଭୁବନେଶ୍ୱରରେ ପରାଗ ସ୍ପର୍ଷ ୮ଟା ବାଜି ୧୯ ମିନିଟ୍ରେ ହେବ। ୧୧ଟା ୨୮ ମିନିଟ୍ରେ ପାରଗ ସର୍ବ ମୋକ୍ଷ ହେବ।

* ରାଜଧାନୀ ଦିଲ୍ଲୀରେ ପରାଗ ସକାଳ ୮ଟା ୧୭ ମିନିଟ୍ରୁ ଆରମ୍ଭ ହୋଇ ୧୦ଟା ୫୭ ନିନିଟ୍ ପର୍ୟ୍ୟନ୍ତ ଦେଖାଯିବ।

* ତେବେ ତାମିଲନାଡୁ, କର୍ଣ୍ଣାଟକ ଓ କେରଳରେ ଲୋକେ ସମ୍ପୂର୍ଣ୍ଣ ସୂର୍ୟ୍ୟଗ୍ରହଣ ଦେଖିପାରିବେ। ମୁମ୍ବାଇରେ ପରାଗ ୮ଟା ୪ ମିନିଟ୍ରୁ ଆରମ୍ଭ ହୋଇ ୧୧ଟା ୩୯ ମିନିଟ୍ ପର୍ୟ୍ୟନ୍ତ ଲାଗିବ। ତେବେ ପୋର୍ଟ ବ୍ଲେୟରରେ ପରାଗର ଅବଧି ସର୍ବାଧିକ ୩ଘଣ୍ଟା ୩୬ ମିନିଟ୍ ରହିବ।

ଉତ୍ତର ଭାରତରେ ଏହି ସୂର୍ୟ୍ୟପରାଗ ପୂର୍ଣ୍ଣ ସୂର୍ୟ୍ୟପରାଗ ହେବ ନାହିଁ। ତେବେ ଦକ୍ଷିଣ ଭାରତର କେତେକ ସ୍ଥାନରେ କୁଣ୍ଡଳାକାର ସୂର୍ୟ୍ୟପରାଗ ଦେଖାଯିବ।

Share

Leave a Reply

Your email address will not be published. Required fields are marked *

2 + 20 =