ସୋଆ ବୈଜ୍ଞାନିକଙ୍କୁ ଜାତୀୟ ପୁରସ୍କାର

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ବୈଜ୍ଞାନିକ ଡକ୍ଟର ବାସୁଦେବ ବେହେରାଙ୍କୁ ୨୦୧୯ ମସିହା ପାଇଁ ଡକ୍ଟର ଜେ.ଭେଙ୍କଟେଶ୍ୱରଲୁ ପୁରସ୍କାର ପ୍ରଦାନ କରାଯାଇଛି । ଶୁଷ୍କାଂଚଳ କୃଷି ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତ୍ୟେକ ବର୍ଷ ଏହି ପୁରସ୍କାର ହାଇଦରାବାଦ ସ୍ଥିତ ଭାରତୀୟ ଶୁଷ୍କାଂଚଳ କୃଷି ସଂଗଠନ ଦ୍ୱାରା ପ୍ରଦାନ କରାଯାଇଥାଏ ।

ଏହି ଉପଲକ୍ଷେ ସୋମବାର ହାଇଦ୍ରାବାଦ ସ୍ଥିତ କେନ୍ଦ୍ରୀୟ ଶୁଷ୍କାଂଚଳ କୃଷି ଗବେଷଣା ପ୍ରତିଷ୍ଠାନ ଓ ଭାରତୀୟ ଶୁଷ୍କାଂଚଳ କୃଷି ସଂଗଠନର ମିଳିତ ଆନୁକୂଲ୍ୟରେ “”ଶୁଷ୍କାଂଚଳ କୃଷିରେ ଖାଦ୍ୟ ଓ ପୁଷ୍ଟି ନିରାପତା ପାଇଁ ସମସ୍ୟା ଓ ସୁଯୋଗ” ଉପରେ କର୍ମଶାଳା ଆୟୋଜନ କରାଯାଇଥିଲା । ଅପରାହ୍ଣରେ ପୁରସ୍କାର ପ୍ରଦାନ ଉତ୍ସବ ଉଭୟ ହାଇଦ୍ରାବାଦ ଓ ଭୁବନେଶ୍ୱରରେ ପ୍ରକୃତ ତଥା ଆଭାସି ବ୍ୟବସ୍ଥାରେ ଆୟୋଜିତ ହୋଇଥିଲା ।

ସୋଆ ବିଶ୍ୱବିଦ୍ୟାଳୟର କୃଷି ବିଜ୍ଞାନ ପ୍ରତିଷ୍ଠାନରେ ଆୟୋଜିତ ଏହି ଉତ୍ସବରେ ଉପକୁଳପତି ପ୍ରଫେସର ପି.କେ. ନନ୍ଦ, ଅଧ୍ୟକ୍ଷ ପ୍ରଫେସର ବି.କେ ସାହୁ, ପିଜି ଅଧ୍ୟକ୍ଷ ପ୍ରଫେସର. ପ୍ରେମାନନ୍ଦ ମହାପାତ୍ର, ଆଡିସ୍‌ନାଲ୍‌ ଡିନ୍‌ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ, ଭାରତୀୟ ମୃତିକା ଓ ଜଳ ସଂରକ୍ଷଣ ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ଡ. ପି.କେ. ମିଶ୍ର, ଓୟୁଏଟିର ବୈଜ୍ଞାନିକ ଡ. ଦିଲ୍ଲିପ କୁମାର ବସ୍ତିଆ ଓ ଡ. ସୁବ୍ରତ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ ।
ହାଇଦ୍ରାବାଦରେ ଆୟୋଜିତ ଉତ୍ସବରେ, କେନ୍ଦ୍ରୀୟ ଶୁଷ୍କାଂଚଳ କୃଷି ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ଭି.କେ. ସିଂହ, ବୈଜ୍ଞାନିକ ଡ. ଜି. ରବିନ୍ଦ୍ରାଚାରୀ ଓ ଡ. ମହମ୍ମଦ ଓସମାନ ପ୍ରମୁଖ ଯୋଗ ଦେଇଥିଲେ ।


ଏହି ଉତ୍ସବରେ ଡ. ବାସୁଦେବ ବେହେରା ତାଙ୍କର ଗବେଷଣା କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ପରିଶେଷର ଡ. ବେହେରାଙ୍କୁ ପଦକ, ମାନପତ୍ର ଓ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ପ୍ରାୟ ୧୦୦୦ ବୈଜ୍ଞାନିକ ଓ ଛାତ୍ରଛାତ୍ରୀ ଆଭାସି ବ୍ୟବସ୍ଥାରେ ଅଂଶଗ୍ରହଣ କରିଥିଲେ ।

Share

Leave a Reply

Your email address will not be published. Required fields are marked *

two × 1 =