ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ଡିଜିଟାଲ୍ ହଟ୍ ସେବା ଉଦଘାଟିତ,ଲୋକଙ୍କ ପାଖରେ ପହଞ୍ଚିବ ୨୪ ଘଂଣ୍ଟା

ଭୁବନେଶ୍ୱର: ବ୍ୟାଙ୍କିଂ ସେବାକୁ ଅଧିକ ଡିଜିଟାଲ୍ କରିବା ସହିତ ଗୋଟିଏ ସ୍ଥାନରେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ସେବା ଉପଲବ୍ଧ କରିବା ଲକ୍ଷ୍ୟରେ ଓଡ଼ିଶାରେ ପ୍ରଥମ ଥର ପାଇଁ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ପକ୍ଷରୁ ଡିଜିଟାଲ୍ ହଟ୍ ସେବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) କ୍ୟାମ୍ପସରେ ଶୁଭାରମ୍ଭ ହୋଇଛି । ଏହି ଅତ୍ୟାଧୁନିକ ଡିଜିଟାଲ୍ ହଟ୍ କେନ୍ଦ୍ରକୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକ ବୁଧବାର ଉଦଘାଟନ କରିଛନ୍ତି । ଏହି ଡିଜିଟାଲ୍ ହଟ୍ କେନ୍ଦ୍ର ଏକ ସ୍ୱୟଂଚାଳିତ ପ୍ରକ୍ରିୟା ଏବଂ ଏଠାରେ ଏକ ସଂଗେ ଟଙ୍କା ଉଠାଇବା, ଡିପୋଜିଟ୍ କରିବା, ପାସବୁକ୍ ଅପଡେଟ୍ କରିବା, ଚେକ୍ ଡିପୋଜିଟ୍ କରିବା ଏବଂ ଅନଲାଇନ୍ ଆକାଉଂଟ ଖୋଲିବା ନିମନ୍ତେ ୫ଟି ମେସିନ୍ ରହିଛି । ଏଥି ସହିତ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ବିଷୟରେ ସମସ୍ତ ସୂଚନା ପ୍ରଦାନ ନିମନ୍ତେ ଏକ ଟିଭି ଡିସପ୍ଲେର ସୁବିଧା ରହିଛି । ଏଭଳି ସେବା ଦ୍ୱାରା ଛାତ୍ରଛାତ୍ରୀ ମାନେ ଅନେକ ମାତ୍ରାରେ ଉପକୃତ ହୋଇପାରିବେ । ସେମାନଙ୍କୁ ବ୍ୟାଙ୍କିଂ ସେବାର ସମସ୍ତ ସୁବିଧା ସୋଆ କ୍ୟାମ୍ପସ୍ ପରିସରରେ ୨୪ ଘଂଟା ଉପଲବ୍ଧ ହେବ । ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ଏଭଳି ସେବା ପ୍ରଦାନ ସ୍ୱାଗତ ଯୋଗ୍ୟ ବୋଲି ଏହି ଡିଜିଟାଲ ହଟକୁ ଉଦଘାଟନ ସମୟରେ କହିଛନ୍ତି ପ୍ରଫେସର ନାୟକ ।
ଏହି ଉଦଘାଟନୀ କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଥିବା ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଜୋନାରାଲ ମ୍ୟାନେଜର ଶ୍ରୀ ସଞ୍ଜୀବ ଭରଦ୍ୱାଜ ଏହି ସେବା ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଏହା ଏକ ଅନଲାଇନ୍ ସେବା । ଏହା ଦ୍ୱାରା ଉଭୟ ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ କର୍ମ କର୍ତାମାନେ ଖୁବ୍ ଉପକୃତ ହୋଇପାରିବେ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରେ ଏହି ଡିଜିଟାଲ ହଟ୍ ଉଦଘାଟିତ ହୋଇଥିବା ବେଳେ ପରବର୍ତୀ ପର୍ଯ୍ୟାୟରେ ସମ୍ବଲପୁର ଏବଂ ଅନ୍ୟାନ୍ୟ ଜୋନରେ ଏହାର କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ଶ୍ରୀ ଭରଦ୍ୱାଜ ।
ଏହି ଅବସରରେ ପିଏନବି ର ଭୁବନେଶ୍ୱର ସର୍କଲ୍ ହେଡ୍ ଶ୍ରୀ ପରେଶ ଦାସ ନୂତନ ଭାବେ ଉଦଘାଟିତ ହୋଇଥିବା କେନ୍ଦ୍ରର ସୂଚନା ଦେବା ସହ ଏଠାରେ ଦୁଇ ଜଣ କର୍ମଚାରୀ କାର୍ଯ୍ୟରତ ରହିବେ ବୋଲି କହିଛନ୍ତି । ଜଣେ ମାର୍କେଟିଂ ବିଭାଗର କର୍ମଚାରୀ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ସେବା ପ୍ରଦାନ ନିମନ୍ତେ ଏବଂ ଅନ୍ୟ ଜଣେ କର୍ମଚାରୀ ବ୍ୟାଙ୍କିଙ୍ଗ୍ ସେବା ପ୍ରଦାନ ନିମନ୍ତେ ନିୟୋଜିତ ରହିବେ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି ।
ଏହି ଡିଜି ହଟରେ ୪୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଡିପୋଜିଟ୍ କରିବାର କ୍ଷମତା ରହିଛି । ଟଙ୍କା ଡିପୋଜିଟ୍ ହେବା ସଂଗେ ସଂଗେ ଆକାଉଂଟରେ ଏହା ପ୍ରତିଫଳିତ ହେବ ଏବଂ ମୋବାଇଲରେ ମେସେଜ୍ ଆସିଯିବ ବୋଲି ସୂଚନା ଦେଇଛନ୍ତି ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ପୋଖରୀପୁଟ ଶାଖାର ସିନିୟର ମ୍ୟାନେଜର ଶ୍ରୀ ସୋମିତ୍ରୀ ପତି ।
ଏହି ଉଦଘାଟନୀ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସୋଆର ଚାଟାର୍ଡ ଆକାଉଟାଂଟ ଶ୍ରୀ ସରୋଜକାନ୍ତ ସାମଲ୍, ଆଇବିସିଏ ଡିନ୍ ପ୍ରଫେସର ଅନୁପ ସାମନ୍ତରାୟ,ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

17 + ten =