ନ୍ୟାସନାଲ ଏକାଡେମୀ ଅଫ ମେଡିକାଲ ସାଇନ୍ସେସର ସଦସ୍ୟ ଭାବେ ସମ ପ୍ରଫେସର ମନୋନୀତ

ଭୁବନେଶ୍ୱର : ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲର ଗାଷ୍ଟ୍ରୋଏନଟେରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡ଼ଃ ) ମନୋଜ କୁମାର ସାହୁ ନ୍ୟାସନାଲ ଏକାଡେମୀ ଅଫ ମେଡିକାଲ ସାଇନ୍ସେସ (ଭାରତ)ର ସଭ୍ୟ ଭାବେ ମନୋନୀତ ହେବାର ଗୌରବ ଅର୍ଜନ କରିଛନ୍ତି |

ଅତ୍ୟାଧୁନିକ
ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଡ଼ଃ ସାହୁଙ୍କର ଅତୁଳନୀୟ ଅବଦାନ ନିମନ୍ତେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି | ଶନିବାର ନୂଆଦିଲ୍ଲୀ ଠାରେ ଏକାଡେମୀର ୬୦ତମ ସମାବର୍ତ୍ତନ ଉତ୍ସବ ଅବସରରେ ଏକାଡେମୀ ର ଅଧ୍ୟକ୍ଷ ଡ଼ଃ ସରୋଜ ଚୂଡ଼ାମଣି ଗୋପାଳ ଡ଼ଃ ସାହୁଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି | ନୀତି ଆୟୋଗର ସଦସ୍ୟ ତଥା ନ୍ୟାସନାଲ କୋଭିଡ ଟାସ୍କ ଫୋର୍ସ ର ଅଧ୍ୟକ୍ଷ ଡ଼ଃ ଭି. କେ ପଲ ଓ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ର ପୂର୍ବତନ ଡ଼ାଇରେକ୍ଟର ଜେନେରାଲ ଡ଼ଃ ନିର୍ମଳ କୁମାର ଗାଙ୍ଗୁଲିଙ୍କ ଉପସ୍ଥିତିରେ ଡ଼ଃ ସାହୁଙ୍କୁ ଏହି ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା |

ଏହା ମୋ ପାଇଁ ଏକ ବଡ ସମ୍ମାନର ପ୍ରସଂଗ ଏବଂ ଏଥିନିମନ୍ତେ ମୁଁ ମୋର ଦାୟିତ୍ୱ ସୁଚାରୁରୂପେ ନିର୍ବାହ କରିବି ଓ ଓଡିଶାରେ ରୋଗୀସେବାକୁ ଆହୁରି ଉନ୍ନତ କରିବା ସହ ଗବେଷଣା କ୍ଷେତ୍ରକୁ ଅଧିକ ସୁଦୃଢ କରିବାକୁ ଚେଷ୍ଟା କରିବି ବୋଲି ପ୍ରଫେସର ସାହୁ କହିଛନ୍ତି |

Share

Leave a Reply

Your email address will not be published. Required fields are marked *

3 × 5 =