ସୋଆରେ ବିଜ୍ଞାନ ପରିଭାଷା ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଆଉଟରିଚ ପ୍ରୋଗ୍ରାମ ଅନ୍ତର୍ଗତ ନୂତନ ଭାବେ ଗଠିତ ସୋଆ ଅନୁବାଦ କେନ୍ଦ୍ରର ପ୍ରଥମ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି |ଇଞ୍ଜିନିଅରିଂ ପାଠ୍ୟ ପୁସ୍ତକର ଓଡ଼ିଆ ଅନୁବାଦ ନିମନ୍ତେ ଏକ ସୁସଂଗଠିତ ପରିଭାଷା ଆବଶ୍ୟକ ଯେଉଁଥିରେ ବିଜ୍ଞାନ ଓ ବୈଷୟିକ ଶିକ୍ଷା ନିମନ୍ତେ ଉପଯୋଗୀ ଓଡ଼ିଆ ପ୍ରତିଶବ୍ଦ ବ୍ୟବହୃତ ହୋଇପାରିବ | ଏହି ବୈଠକରେ ଓଡ଼ିଆରେ ବିଜ୍ଞାନ ଲେଖୁଥିବା ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସେମାନଙ୍କର ସୁଚିନ୍ତିତ ମତାମତ ବ୍ୟକ୍ତ କରିଥିଲେ |

ଗ୍ଲୋଶ।ରିର ପୃଷ୍ଠଭୂମି, ଏହାକୁ ପ୍ରସ୍ତୁତ କରିବାରେ ସମସ୍ୟା ଓ ଏହାର ଇତିହାସ ସମ୍ବନ୍ଧରେ ସ୍ଲାଇଡ଼ ମାଧ୍ୟମରେ ବକ୍ତବ୍ୟ ରଖିଥିଲେ ଡ଼ଃ ନିଖିଳ ମୋହନ ପଟନାୟକ | ଏହି ବୈଠକରେ ମୃଦୁଳା ମିଶ୍ର, ବିଜୟ କେତନ ପଟନାୟକ, ବିଜୟ କୁମାର ପରିଡା, ମାନସୀ ଗୋସ୍ୱାମୀ, ବ୍ରହ୍ମାନନ୍ଦ ସ୍ୱାଇଁ ଓ ମାୟାଧର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ | ଏକ ଇ- ଗ୍ଲୋଶ।ରି ଆରମ୍ଭ କରାଯିବା ସହ ପ୍ରକାଶିତ ପରିଭାଷା ପୁସ୍ତକର ଶବ୍ଦ ସମ୍ଭାର ସୃଷ୍ଟି କରିବା ନିମନ୍ତେ ନିଷ୍ପତି ନିଆଯାଇଥିଲା |

ସୋଆ ଆଉଟରିଚ ପ୍ରୋଗ୍ରାମ ର ନିର୍ଦେଶକ ପ୍ରଫେସର ନଚିକେତା ଖମାରି ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଉଟରିଚ ପ୍ରୋଗ୍ରାମର ମ୍ୟାନେଜର ସୁଜାତା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ |

Share

Leave a Reply

Your email address will not be published. Required fields are marked *

6 − three =