ଦେଶର ଶ୍ରେଷ୍ଠ ଦଶଟି ବିଶ୍ୱବିଦ୍ୟାଳୟ ତାଲିକାରେ ସୋଆ

ଭୁବନେଶ୍ୱର()ଦେଶର ଶ୍ରେଷ୍ଠ ଦଶଟି ଘରୋଇ ବିଶ୍ୱବିଦ୍ୟାଳୟ ତାଲିକାରେ ସ୍ଥାନ ପାଇଛି ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ।
ନିକଟରେ ପ୍ରକାଶିତ କ୍ୟାରିଅର 360 ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ 2020 ରେ ଘରୋଇ ବିଶ୍ୱବିଦ୍ୟାଳୟ ତାଲିକାରେ ଦଶମ ସ୍ଥାନରେ ରହିଛି ସୋଆ । ଓଡିଶାରୁ ସୋଆ ହେଉଛି ଏକମାତ୍ର ଘରୋଇ ବିଶ୍ୱବିଦ୍ୟାଳୟ ଯିଏକି ଏହି ରାଙ୍କିଙ୍ଗ ରେ ଶ୍ରେଷ୍ଠ ଦଶଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନିତ ହୋଇଛି ।

ନାକ ଦ୍ୱାରା ସ୍ୱୀକୃତିପ୍ରାପ୍ତ ସୋଆ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନାସନାଲ ଇନଷ୍ଟିଚୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଅରଏଫ )ରାଙ୍କିଙ୍ଗ 2019 ରେ ବିଶ୍ୱବିଦ୍ୟାଳୟ ତାଲିକାରେ 24ତମ ସ୍ଥାନ ହାସଲ କରିଛି ।

Share

Leave a Reply

Your email address will not be published. Required fields are marked *

twenty − 5 =