ସ୍ମାର୍ଟ ଭୁବନେଶ୍ୱରରେ ସ୍ମାର୍ଟ ଚ୍ୟାଲେଞ୍ଜ

ଭୁବନେଶ୍ୱର () ହକି ବିଶ୍ୱକପ ପାଇଁ ରଙ୍ଗୀନ ଚିତ୍ର ସହ ରଂଗବିରଙ୍ଗୀ ଆଲୁଅରେ ଝଲସୁଛି ରାଜଧାନୀ ଭୁବନେଶ୍ୱର । କେଉଁଠି କାନ୍ଥରେ ରଙ୍ଗ ତୁଳୀର ସ୍ପର୍ଶରେ ଆକର୍ଷଣୀୟ ଚିତ୍ର ତା କେଉଁଠି ଏଲଇଡି ଲାଇଟ ସହରକୁ ଦେଇଛି ବିଶ୍ୱସ୍ତରୀୟ ଲୁକ । ଏଭଳି ସାଜସଜ୍ଜା ସ୍ମାର୍ଟ ସିଟିକୁ ସ୍ମାର୍ଟ ଲୁକ ବି ଦେଉଛି ।
ଏଭଳି ସ୍ଥିତିରେ ଭୁବନେଶ୍ୱରକୁ ଲୋକଲୋଚନକୁ ଆଣିବାକୁ ସ୍ମାର୍ଟସିଟି ଭୁବନେଶ୍ୱର ପକ୍ଷରୁ ଆରମ୍ଭ ହୋଇଛି ନୂଆ ଚ୍ୟାଲେଞ୍ଜ । ଏହି ଚ୍ୟାଲେଞ୍ଜ ଅନୁଯାୟୀ, ସୋସିଆଲ ମିଡିଆ ୟୁଜର୍ସମାନେ ପ୍ରଥମେ ଭୁବନେଶ୍ୱର ଏକ ସୁନ୍ଦର କଳାକୃତି ଥିବା ମନପସନ୍ଦର ସ୍ପଟ ବାଛିବେ, ଉଦାହରଣ ସ୍ୱରୂପ ଉକ୍ରଳ ବିଶ୍ବିବିଦ୍ୟାଳୟ ସମ୍ମୁଖ ଓଭରବ୍ରିଜ କାନ୍ଥରେ ହୋଇଥିବା ଥ୍ର-ଡି ଚିତ୍ର କିମ୍ବା ରାଜଧାନୀର ରାସ୍ତାକଡରେ ହୋଇଥିବା ରଙ୍ଗବେରଙ୍ଗର ଚିତ୍ର କିମ୍ବା ଏକାମ୍ର କ୍ଷେତ୍ରର ପ୍ରତିକୃତି, ନଚେତ ବିନ୍ଦୁ ସାଗରରେ ହେଉଥିବା ଲାଇଟ ଆଣ୍ଡ ସୋ ଭଳି ସ୍ଥାନକୁ ପ୍ରଥମେ ବାଛିବାକୁ ପଡିବ । ଏହିସବୁ ସ୍ପଟକୁ ବ୍ୟାକଗ୍ରାଉଣ୍ଡରେ ରଖି ୟୁଜର୍ସଙ୍କୁ ଡେଇଁବା ଅବସ୍ଥାରେ ଫଟୋ ଉଠାଇବାକୁ ପଡିବ । ଫଟୋ ଉଠାଇବା ପରେ ଏହାକୁ ସୋସିଆଲ ମିଡିଆରେ ଅପଲୋଡ କରିପାରିବେ ୟୁଜର୍ସ  ।ଏହାସହ ନିଜର ଦୁଇଜଣ ସାଥୀଙ୍କୁ ମଧ୍ୟ ଏହି ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ଟ୍ୟାଗ କରିପାରିବେ ।
ଏହି ଅଭିଯାନରେ ପ୍ରଥମେ ଓଲିଉଡ ସିନେଷ୍ଟାର ବାବୁସାନ, ପ୍ରକୃତି ମିଶ୍ର ଓ ଆଥଲେଟ ଦୂତି ଚାନ୍ଦଙ୍କୁ ଚ୍ୟାଲେଞ୍ଜ ଦିଆଯାଇଥିଲା । ଆଉ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି ବାବୁସାନ ଓ ପ୍ରକୃତି ମିଶ୍ର । ଉଭୟ ଆଇ ଲଭ ଭୁବନେଶ୍ବର ଲେଖାଥିବା ଏକ ପ୍ରତିକୃତିକୁ ବ୍ୟାକଗ୍ରାଉଣ୍ଡରେ ରଖି ଡେଉଁଥିବା ସମୟର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।
Share

Leave a Reply

Your email address will not be published. Required fields are marked *

nineteen − 14 =