ଜାଣନ୍ତୁ ଶିରିଡ଼ି ଗଲେ କଣ ସବୁ ପ୍ରାପ୍ତ ହେବ

ଭୁବନେଶ୍ୱର: ବାବାଙ୍କ ଜିବବିତ ଅବସ୍ଥାରେ ଯେଉଁ ଭକ୍ତମାନେ ଶିରିଡ଼ି ଆସୁଥିଲେ କିମ୍ବା ଏବେ ମଧ୍ୟ ଆସୁଛନ୍ତି ସେମାନଙ୍କ ପାଇଁ ଏତେ ବେଶୀ ଦେଖିବାକୁ ନଥାଏ ଯେ, ସେମାନେ ଶୋଇବାକୁ ବେଶି ସମୟ ପାଆନ୍ତି ନାହିଁ । ସକାଳ ୪ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଶିରିଡ଼ିରେ ପରି ମଣ୍ଡଳ ଉତ୍ସବ ମୁଖରିତ ହୋଇ ଉଠେ । ଶିରିଡ଼ି ଆସିଥିବା କେତେକ ଭକ୍ତ ତ ବାବାଙ୍କ ଧ୍ୟାନରେ ସାରା ରାତି ବିତାଇ ଦିଅନ୍ତି । ଦିନ ମଧ୍ୟରେ ହେଉଥିବା ଚାରୋଟି ଆରତୀ ନିଶ୍ଚିତ ଭାବରେ ଦର୍ଶନ କରିବ । ଯଥା ପ୍ରତ୍ୟୁତ ୪ଟା ୩୦ରେ, ମଧ୍ୟାହ୍ନ ଆରତୀ ୧୨ଟା, ଧୂପ ଆରତୀ ସନ୍ଧ୍ୟା ଶେଜ, ଆରତୀ- ରାତି ୧୦ଟା ୩୦ । ଏହା ସହ ସମାଧି ମନ୍ଦିର, ଦ୍ୱାରକାମାୟୀ ମସଜିଦ୍‌, ଚଭାଡ଼ି, ଗୁରୁସ୍ଥାନ, ଖଣ୍ଡୋବା ମନ୍ଦିର, ହନୁମାନ ମନ୍ଦିର, ଲେଣ୍ଡିବାଗ, ନନ୍ଦାଦୀପ, ଶନି ମନ୍ଦିର, ଗଣପତି ମନ୍ଦିର ଏବଂ ସଂସ୍ଥାନର ଧ୍ୟାନ କେନ୍ଦ୍ର ଏସବୁ ସ୍ଥଳ ବୁଲି ଦେଖିବ । ସମାଧି, ଦ୍ୱାରକାମାୟୀରେ ଓ ଅନ୍ୟାନ୍ୟ ମନ୍ଦିରରେ ଚାଦର, ନାରିକେଳ, ପ୍ରସାଦ ଅର୍ପଣ କରିବ । ବାବାଙ୍କ ସମ୍ପର୍କିତ ପୁସ୍ତକ, ପତ୍ରିକା, ଫଟୋଚିତ୍ର, ସିଡି କ୍ୟାସେଟ୍ ସେଠାରେ ଥିବା ଦୋକାନ ମାନଙ୍କରେ ପ୍ରଚୁର ଭାବେ ମିଳେ । ନିଜେ ପଢ଼ିବା ଓ ଦେଖିବା ସହ ବାବାଙ୍କ ସମ୍ପର୍କରେ ଅଧିକ ତଥ୍ୟ ଜାଣି ପାରିବେ । ଏହାସହ ପ୍ରାଥର୍ନା କକ୍ଷରେ ବସି ଏକାଗ୍ର ଚିତ୍ତରେ ‘ଶ୍ରୀ ସାଇ ସତ୍‌ଚରିତ ପଢ଼ିପାରିବେ ।

Share

Leave a Reply

Your email address will not be published. Required fields are marked *

fourteen − 3 =