୩ ଦିନ ସଟଡ଼ାଉନ ଘୋଷଣା

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ସରକାର ବହୁ ପ୍ରକାର ପଦକ୍ଷେପ ନେଉଛନ୍ତି । ବହୁ ସଂଖ୍ୟକ କରୋନା ପଜିଟିଭ ବାହାରିବା କାରଣରୁ ସଟଡାଉନ ମଧ୍ୟ କରାଯାଉଛି । ଏହାରି ମଧ୍ୟରେ ପାରଳାଖେମୁଣ୍ଡି ସହରକୁ ସଟଡ଼ାଉନ ଘୋଷଣା କରାଯାଇଛି । ଗଜପତି ଜିଲ୍ଲାର ଗୋଷାଣୀ ,ଗୁମ୍ମା ବ୍ଲକ ମଧ୍ୟ ସଟଡାଉନ ଘୋଷଣା କରାଯାଇଛି । ସେହିପରି କାଶୀନଗର ବ୍ଲକ ରାଣୀପେଣ୍ଠା ପଞ୍ଚାୟତ ମଧ୍ୟ ସଟଡାଉନ ଘୋଷଣା କରାଯାଇଛି । ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୮ରୁ ୩୦ ତାରିଖ ଅର୍ଥାତ ତିନି ଦିନ ସଟଡାଉନ ଘୋଷଣା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୧୮୦ରେ ପହଞ୍ଚିଛି ।

Share

Leave a Reply

Your email address will not be published. Required fields are marked *

1 × 1 =