୧୧ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ

ଭୁବନେଶ୍ୱର() କରୋନା ନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଅନଲକ-୧ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ୧୧ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ ରହିବ । ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂବଲାଙ୍ଗିରରେ ଦୁଇ ଦିନିଆ ସଟଡାଉନ ଜାରି ହେବ । ସଟଡ଼ାଉନ ବେଳେ ଦୋକାନ ଓ ଅଫିସ ବନ୍ଦ ରହିବ କିନ୍ତୁ ଜରୁରୀ ସେବା ଜାରି ରହିବ । ବାହାରେ ଛେପ ପକାଇଲେ, ମାସ୍କ ନପିନ୍ଧିଲେ ଜରିମାନା ଆଦାୟ କରାଯିବ । ମାସ୍କ ନପିନ୍ଧିଲେ ଓ ଛେପ ପକାଇଲେ ୫୦୦ଟଙ୍କା ଜରିମାନା ଆଦାୟ କରାଯିବ । ପ୍ରଥମ ଥର ପାଇଁ ଧରାପଡ଼ିଲେ ୫୦୦ଟଙ୍କା ଜୋରିମାନା, ସେହିପରି ଦ୍ୱିତୀୟଥର ୫୦୦ କିନ୍ତୁ ତୃତୀୟଥର ୧୦୦୦ ଟଙ୍କା ଫାଇନ ଦେବାକୁ ପଡ଼ିବ । ରାଜ୍ୟରେ ୩୦ଜୁନ୍ ଯାଏ ସପିଂ ମଲ୍ ଓ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ । ୩୦ଜୁନ୍ ଯାଏ ସିନେମା ହଲ୍, ଜିମ୍ ଓ ସୁଇମିଂ ପୁଲ୍ ଖୋଲିବନି । ୩୧ଜୁଲାଇ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ୩୦ ପ୍ରତିଶତ କ୍ଷମତା ନେଇ ଖୋଲିପାରିବ ହୋଟେଲ । କୌଣସି ପ୍ରକାରର ସଭା ସମିତି କରିହେବ ନାହିଁ । ସଙ୍ଗରୋଧ କେନ୍ଦ୍ରରେ ୨ଲକ୍ଷ ୪୯ହଜାର ୭୬୯ ଲୋକ ଅଛନ୍ତି । ରାଜ୍ୟର ୯୫ପ୍ରତିଶତ କରୋନା ଆକ୍ରାନ୍ତ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

15 + 5 =