ଗୋଷ୍ଠୀ ସଂକ୍ରମଣ ହୋଇନାହିଁ

ଭୁବନେଶ୍ୱ() ସଟ୍‌ଡାଉନ୍ ଅବଧି ଆଉ ବଢ଼ିବ ନାହିଁ । ଯେଉଁ ଉଦ୍ଦେଶ୍ୟ ନେଇ ସଟ୍‌ଡାଉନ୍ ଘୋଷଣା କରାଯାଇଥିଲା ତାହା ସଫଳ ହୋଇଛି । ତେଣୁ ସଟ୍‌ଡାଉନ୍ ଅବଧି ବୃଦ୍ଧି କରିବାର କୌଣସି ଯୋଜନା ନାହିଁ । ରବିବାର ରାତି ୮ଟା ପରେ ସଟ୍‌ଡାଉନ୍ ସମାପ୍ତ ହେବ । ତେବେ ସ୍ଥାନୀୟ ଅଧିକାରୀ ଚାହିଁଲେ ଆବଶ୍ୟକତାକୁ ଆଖି ଆଗରେ ରଖି ସଟ୍‌ଡାଉନ୍ ଅବଧି ବଢ଼ାଇପାରିବେ ବୋଲି ସେ କହିଛନ୍ତି । ରାଜ୍ୟର ୩ ସହର ଅର୍ଥାତ ରାଜଧାନୀ ଭୁବନେଶ୍ୱର, ଭଦ୍ରକ, କଟକରେ ଜାରି ହୋଇଥିବା ସଟ୍‌ଡାଉନ୍‌କୁ ନେଇ ରବିବାର ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରୀପାଠି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବିଷୟ ପ୍ରକାଶ କରିଛନ୍ତି । ସଟ୍‌ଡାଉନ୍ ସମୟରେ ରାଜଧାନୀ ଭୁବନେଶ୍ୱରରେ ମୁଖ୍ୟତଃ ୨ଟି କେସ୍ ଉପରେ ଫୋକସ କରାଯାଇଥିଲା । ସୂର୍ଯ୍ୟନଗର ଓ ବମିଖାଲର କରୋନା ଆକ୍ରାନ୍ତଙ୍କ ସହ ଯେଉଁମାନେ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ଠାବ କରିବା ଏବଂ ଗୋଷ୍ଠୀ ସଂକ୍ରମଣକୁ ରୋକିବା ସଟ୍‌ଡାଉନ୍‌ର ମୂଳ ଉଦ୍ଦେଶ୍ୟ ଥିଲା ବୋଲି ସେ କହିଛନ୍ତି । ଏହି ୨ଟି ମାମଲାର ଗୋଷ୍ଠୀ ସଂକ୍ରମଣକୁ ରୋକାଯାଇପାରିଛି ବୋଲି ସେ କହିଛନ୍ତି । ଭୁବନେଶ୍ୱରର ସୂର୍ଯ୍ୟନଗରରେ କରୋନା ଭୁତାଣୁ ଆକ୍ରାନ୍ତଜଣକ ନିକଟରେ କୋଲକାତାରୁ ଫେରିଥିଲେ ଏବଂ ବମିଖାଲର ଆକ୍ରାନ୍ତ ଭୋପାଲରୁ ଫେରିଥିଲେ । ତେଣୁ ବାହାର ରାଜ୍ୟରୁ ସେମାନେ ଆସିଥିବାରୁ ସଂକ୍ରମିତ ହୋଇଛନ୍ତି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୌଣସି ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ସେ କହିଛନ୍ତି । ଏହି ଅବସରରେ ସଟ୍‌ଡାଉନ୍‌କୁ ସମର୍ଥନ କରିଥିବାରୁ ସେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କରୋନା ଭୁତାଣୁର ଗୋଷ୍ଠୀ ସଂକ୍ରମଣ ରୋକିବାକୁ ଏହି ସଟ୍‌ଡାଉନ୍ କରାଯାଇଥିଲା । ରାଜଧାନୀ ଭୁବନେଶ୍ୱର, କଟକ, ଭଦ୍ରକର ପୋଲିସ କର୍ମଚାରୀଙ୍କୁ ମଧ୍ୟ ଶ୍ରୀ ତ୍ରିପାଠୀ ଧନ୍ୟବାଦ ଜଣାଇଛନ୍ତି । ଆଗକୁ ୭ରୁ ୧୦ ଦିନ ପାଇଁ କଣ୍ଟେନମେଣ୍ଟ ଉପରେ ଗୁରୁତ୍ୱ ଦିଆଯିବ । ତେଣୁ ଲୋକମାନଙ୍କୁ ସୋସିଆଲ୍ ଡିଷ୍ଟାସିଂ ମେଣ୍ଟେନ୍ କରିବାକୁ ସେ ଅନୁରୋଧ ଜଣାଇଛନ୍ତି । ଆଜି ରାତି ୮ଟାରେ ସଟ୍‌ଡାଉନ୍ ସରିବା ପରେ ମଧ୍ୟ ବାହାରକୁ କିମ୍ବା ବଜାରକୁ ଗଲେ ସତର୍କ ରୁହନ୍ତୁ । ନହେଲେ ବଜାରକୁ ପରିବା କିଣିବାକୁ ଯାଇ କରୋନା ଧରି ଫେରିବେ ବୋଲି ଶ୍ରୀ ତ୍ରିପାଠୀ ଚେତାଇ ଦେଇଛନ୍ତି । ପରିବା ଓ ଆବଶ୍ୟକ ସାମଗ୍ରୀ କିଣିବାକୁ ଯାଇ ଭିଡ଼ ଜମାନ୍ତୁ ନାହିଁ । ଯଥେଷ୍ଟ ପରିମାଣର ସାମଗ୍ରୀ ମହଜୁଦ ଅଛି ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 − 2 =