୪ ଦିନ ବଲାଙ୍ଗିର ଜିଲ୍ଲା ସଟଡାଉନ

ଦିନକୁ ଦିନ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି   ୪ ଦିନ ପାଇଁ  ବଲାଙ୍ଗିର ଜିଲ୍ଲାକୁ ସଟଡାଉନ ଘୋଷଣା କରାଯାଇଛି ।  ଆସନ୍ତା ୮ ତାରିଖରୁ ୧୧ ତାରିଖ ଯାଏଁ  ସଟଡାଉନ ଘୋଷଣା କରାଯାଇଛି । ଜିଲ୍ଲାରେ ଦିନକୁ ଦିନକୁ କରୋନା ପଜିଟିଭ ସଂଖ୍ୟା ବଢୁଥିବାରୁ ଜିଲ୍ଲାପାଳ  ଜିଲ୍ଲାକୁ  ୪ ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି ।

ସଟଡାଉନବେଳେ ଜିଲ୍ଲା ଭିତରେ ସମସ୍ତ ପରିବହନ କାର୍ଯ୍ୟ ବନ୍ଦ ରହିବ ।  ଦୋକାନ ବଜାର, ସରକାରୀ ଓ ଘରୋଇ ପ୍ରତିଷ୍ଠାନ ବନ୍ଦ ରହିବ ।  ତେବେ ମେଡିକାଲ, ଜଳଯୋଗାଣ, ପରିମଳ ଆଦି ଜରୁରୀ ସେବା ଚାଲୁ ରହିବ ।  ମାଲବାହୀ ଗାଡ଼ି, ଶିଳ୍ପ ପ୍ରତିଷ୍ଠାନ ଓ ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଛି ।

ଆଜି ରାଜ୍ୟରେ  ଚିହ୍ନଟ  ମୋଟ ୧୬୯୯ ଜଣ କରୋନା ପଜିଟିଭ  ମଧ୍ୟରୁ  ବଲାଙ୍ଗିରରେ ୨୧ ଚିହ୍ନଟ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × 2 =