ସମ୍ବଲପୁର ଜିଲ୍ଲାକୁ ସଟଡାଉନ ଘୋଷଣା

ସମ୍ବଲପୁର() ବୁଧବାର ଠାରୁ ୧୦ ଦିନ ପାଇଁ ସମ୍ବଲପୁର ଜିଲ୍ଲାକୁ ସଟଡାଉନ ଘୋଷଣା କରାଯାଇଛି ।  ଆସନ୍ତା ୨୨ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାକୁ ସଟଡାଉନ ଘୋଷଣା କରାଯାଇଛି ।  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ଘୋଷଣା କରିଛନ୍ତି ।

ତେବେ ଏହି ୧୦ ଦିନିଆ ସଟଡାଉନକୁ ୨ଟି ଦଫାରେ ଲାଗୁ କରାଯିବ ବୋଲି ଘୋଷଣା କରାଯାଇଛି ।  ୨୨ରୁ ୨୫ ପ୍ରଥମ ଦଫା ଏବଂ ୨୬ରୁ ୩୧ ଦ୍ୱିତୀୟ ଦଫା ସଟଡାଉନ କରାଯିବ ।

ପ୍ରଥମ ଦଫା ସଟଡାଉନରେ ଜିଲ୍ଲା ଭିତରେ ଗମନାଗମନକୁ ବନ୍ଦ  ଘୋଷଣା କରାଯାଇଛି । ଏହାଛଡ଼ା ଦୋକାନ ବଜାର ବନ୍ଦ ରହିବ । ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିବ ।  ସଟଡାଉନ ସମୟରେ ଅତ୍ୟାବଶ୍ୟକୀୟ ସେବା ବ୍ୟତୀତ ସବୁ ଦୁଇ ଚକିଆ ଚଳାଚଳ କ୍ଷେତ୍ରରେ କଟକଣା ଜାରି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

5 × 5 =