ରାଜଧାନୀ ରାଜରାସ୍ତାରେ ଝଲକିଲା ଓଡିଶା କଳା, ସଂସ୍କୃତି

ଭବନେଶ୍ବର ()  ରାଜଧାନୀ ଭୁବନେଶ୍ବର ରାଜରାସ୍ତାରେ ଝଲକିଲା ଓଡ଼ିଶାର କଳା ଓ ସଂସ୍କୃତି। ଆଜି ବିଶ୍ବ ପର୍ଯ୍ୟଟନ ଦିବସକୁ ବହୁ ଧୁମଧାମରେ ପାଳନ କରାଯାଇଛି। ଏହା ସହ ଆଜି ଭୁବନେଶ୍ବର ମେୟର ଅନନ୍ତ ନାରାୟଣ ଜେନା, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, କ୍ରିଡା ସଚିବ ଵିଶାଲ ଦେବ ପ୍ରମୁଖ ଏହି ଉତ୍ସବରେ ଯୋଗ ଦେଇଥିଲେ। ଆଜି ବିଭିନ୍ନ ବିଦ୍ୟାଳୟ, କଲେଜ ର ଛାତ୍ରଛାତ୍ରୀ ଓ ବିଭିନ୍ନ କଳା ଅନୁଷ୍ଠାନ ସବୁ ମିଶି ଏକ ରାଲି କଳିଙ୍ଗ ଷ୍ଟାଡିୟମରୁ ବାହାରି ଉତ୍କଳ ମଣ୍ଡପକୁ ଆସିଥିଲା। ଓଡିଶୀ ନୃତ୍ୟ, ସମ୍ବଲପୁରୀ, ଆଦି ନୃତ୍ୟ ଭୁବନେଶ୍ବରର ରାଜରାସ୍ତାରେ ଦେଖିବାକୁ ମିଳିଥିଲା। ଏହା ସହ ଓଡ଼ିଶାର ଲୁଚି ଯାଉଥିବା ଅନେକ ଲୋକ ନୃତ୍ୟ ଯଥା ଘୁମୁରା, ଢାପ, ଅନେକ ଆଦିବାସୀ ନୃତ୍ୟ ସବୁକୁ ଲୋକ ଲୋଚନକୁ ଅଣାଯାଇଥିଲା । କେମିତି ଓଡ଼ିଶାର ଲୁଚିଯାଉ ଥିବା ଇତିହାସ, କଳା, ସାସ୍କୃତି ଦେଶ ତଥା ଦେଶ ବାହାରେ ଲୋକେ ଜାଣିବେ ତା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ପାୟସ କାରୁଛନ୍ତି ବୋଲି ଅଶୋକ ପଣ୍ଡା କହିଛନ୍ତି। ଆଗାମୀ ହକି ବିଶ୍ବକପ ପୂର୍ବରୁ ସମସ୍ତ ପୁଷ୍କରିଣୀ ଯଥା କେଦାର ଗୌରୀ, ବିନ୍ଦୁ ସାଗର ଆଦିକୁ ପରିଷ୍କାର କରିବା ସହ ଆଲୋକ ଶଯ୍ୟା କରାଯିବ ବୋଲି ମେୟର ଅନନ୍ତ ନାରାୟଣ ଜେନା ମହୋଦୟ ପ୍ରକାଶ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

seventeen − three =