ଆଜି ରାତିରୁ ବିଏମସି ଅଞ୍ଚଳରେ ଆରମ୍ଭ ହେବା ସ୍ଥାନାନ୍ତରଣ

ଭୁବନେଶ୍ବର: ବାତ୍ୟାର ଭାୟବହତାକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟାରୁ ଭୁବନେଶ୍ବର ମହାନଗର ନିଗମ ଅଂଚଳରେ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହେବ । ଭୁବନେଶ୍ବର ମହାନଗର ନିଗମ ଅଂଚଳରେ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ପ୍ରାୟ ୫୦ ହଜାର ଲୋକଙ୍କ ସ୍ଥାନାନ୍ତର କରାଯିବ । ଫ୍ରି କିଚେନ ମାଧ୍ୟମରେ ମିଳିବ ରନ୍ଧା ଖାଦ୍ୟ। ସମ୍ଭାବ୍ୟ ବାତ୍ୟା ଫୋନିର ମୁକାବିଲା ପାଇଁ ବିଏମସି ପକ୍ଷରୁ ଭୁବନେଶ୍ବରରେ ୧୧୦ ଟି ବାତ୍ୟା ଆଶ୍ରୟସ୍ଥଳି ଖୋଲିଛି।

ବିଭିନ୍ନ ବସ୍ତିରେ କଚା ଘରେ ରହୁଥିବା ବସ୍ତିବାସିନ୍ଦାଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯିବ । ପ୍ରତି ଆଶ୍ରୟସ୍ଥଳୀରେ ଜଣେ ଜଣେ ନୋଡାଲ ଅଫିସର ଦାଇତ୍ବରେ ରହିବେ। ସବୁ ଅଞ୍ଚଳରେ ଥିବା ସ୍ଥାନୀୟ ନେତୃତ୍ବ, ବିଭିନ୍ନ ବେସରକାରୀ ଅନୁଷ୍ଠାନର ସହାୟତାରେ ସାଧାରଣ ଲୋକଙ୍କୁ ସଚେତନ କରାଯିବ। ୫୦ ଟି ପମ୍ପସେଟ ମାଧ୍ୟମରେ ଜଳବନ୍ଦୀ ସ୍ଥାନରୁ ଜଳ ନିଷ୍କାସନ କରାଯିବ। ଜିଲ୍ଲା ପ୍ରଶାସନର ପଶୁପାଲନ ବିଭାଗ ଦ୍ଵାରା ବୁଲା ଗୋରୁ ଗାଇଙ୍କୁ ରଖାଯିବ ଓ ସେମାନଙ୍କୁ ଗୋଖାଦ୍ୟ ଦିଆଯିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

ବିଏମସିରେ ଆଜିଠୁ କାର୍ଯ୍ୟକ୍ଷମ ହୋଇଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ସମସ୍ତ ଜନସାଧାରଣଙ୍କୁ ସୁବିଧା ଓ ସହଯୋଗ ଯୋଗାଇ ଦିଆଯିବ ବୋଲି ବିଏମସି କତ୍ତୃପକ୍ଷ କହିଛନ୍ତି। ବିଏମସିର ନୋଡାଲ ଅଫିସର ଡ଼. କିଷନ କୁମାରଙ୍କ ଅଧ୍ୟକ୍ଷତାରେ ଏନେଇ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତୁତି ବୈଠକ ବସିଥିଲା । ବିଭିନ୍ନ ଆଲୋଚନା ସହ ଟୋଲ ଫ୍ରି ନମ୍ବର ମଧ୍ୟ ଜାରି ହୋଇଛି । ନମ୍ବର ହେଲା (18003450061), ଲ୍ୟାଣ୍ଡ ଲାଇନ ନମ୍ବର ହେଲା (2431253) । ବିଏମସି ପରିସରରେ ବୁଧବାର ସଂଧ୍ୟାରୁ ୨୪ ଘଣ୍ଟିଆ ମଲ୍ଟି ଏଜେନ୍ସି କଣ୍ଟ୍ରୋଲ ରୁମ ଖୋଲାଯିବ । ଭୁବନେଶ୍ବରକୁ ୧୩ ଟି ଜୋନରେ ବିଭକ୍ତ କରାଯାଇଛି । ପ୍ରତି ଜୋନରେ ଜଣେ ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାଇତ୍ବ ଦିଆଯାଇଛି । ସଫେଇ ଓ ପରିମଳ ବ୍ୟବସ୍ଥା, ତୁରନ୍ତ ଜଳ ନିଷ୍କାସନ, ଡ୍ରେନ ସଫା ପାଇଁ ଇଂଞ୍ଜିନିୟର ଓ ପରିମଳ କର୍ମଚାରୀଙ୍କୁ ମୁତୟନ କରାଯାଇଛି । ପ୍ରତି ୱାର୍ଡ ପାଇଁ ୨ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତର କରାଯିବ ।

ଅଗ୍ନିଶମ ବିଭାଗ, ଜନସ୍ବାସ୍ଥ୍ୟ, ପୂର୍ତ୍ତ ବିଭାଗ, ବିଦ୍ୟୁତ ବିଭାଗ , ଜାଇକା, ସ୍ବାସ୍ଥ୍ୟ ବିଭାଗ, ବିପର୍ଯ୍ୟୟ ମୁକାବିଲା ବଳଙ୍କ ସହଯୋଗରେ ଯୁଦ୍ଧ କାଳୀନ ଭିତ୍ତିରେ ଲୋକଙ୍କୁ ସାହାଯ୍ୟ କରାଯିବ । ବିଦ୍ୟୁତ ସେବା ବ୍ୟାହତ ହେଲେ ୫୦ ଟି ଆସ୍କା ଟାୱାର ଲାଇଟର ବ୍ୟବସ୍ତା କରାଯାଇଛି । ଡ୍ରେନ ଓ ଜଳମଗ୍ନ ସ୍ଥାନରୁ ଜଳ ନିଷ୍କାସନ ପାଇଁ ପମ୍ପ ସେଟ ବ୍ୟବସ୍ଥା ଅଛି । ଏହା ସହିତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ପ୍ରତ୍ୟେକ ସେକ୍ଟରକୁ ସିନିୟର ପ୍ରଶାସନିକ ଅଧିକାରୀଙ୍କୁ ଦାଇତ୍ବ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

twelve − 8 =