ଜୁଇରୁ ଉଠିପଡ଼ିଲେ ବୃଦ୍ଧ

ଭଞ୍ଜନଗର() ଅନ୍ତିମ ସଂସ୍କାର ବେଳେ ଜୁଇରୁ ଉଠିଲା ଶବ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଞ୍ଜନଗର ହରିପୁର ଗାଁରେ । ହରିପୁର ଗାଁର ସିମାଞ୍ଚଳ ମଲିକ ନାମକ ଜଣେ ବ୍ୟକ୍ତି ଗତ ଦୁଇ ଦିନ ତଳେ ଛେଳି ଚରାଇବାକୁ ଯାଇ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ସିମାଞ୍ଚଳଙ୍କୁ ଅଚେତ୍ ଅବସ୍ଥାରେ ଜଙ୍ଗଲରୁ ଉଦ୍ଧାର କରିଥିଲେ । ଆଉ ତାଙ୍କୁ ମୃତଭାବି ଅନ୍ତିମ ସଂସ୍କାର ପାଇଁ କୋକେଇରେ ଶ୍ମସାନକୁ ନେଇଥିଲେ ସମ୍ପର୍କୀୟା ।

ହେଲେ ହଠାତ୍ ଜୁଇରୁ ଜିଇଁ ଉଠିଲେ ସୀମାଞ୍ଚଳ । ଆଉ ଜୁଇ ଉପରେ ବସିପଡ଼ିବା ପରେ ସେଠାରେ ଉପସ୍ଥିତ ଥିବା ଗାଁଲୋକେ ଭୟରେ ଥରି ଉଠିଥିଲେ । ତେବେ ସୀମାଞ୍ଚଳଙ୍କୁ ପରିବାର ଲୋକେ ନେଇ ସୋରଡ଼ା ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଏହାପରେ ସେ ସୁସ୍ଥଥିବା ଜଣାପଡ଼ିଥିଲା ।

Share

Leave a Reply

Your email address will not be published. Required fields are marked *

eight + 15 =