ସେବାୟତ କଲେ ଆଶୀର୍ବାଦ : ସୁସ୍ଥ ଥିବା ଯାଏଁ ଏମିତି ଶାସନ ଭାର ସମ୍ଭାଳୁଥାନ୍ତୁ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀଲିଙ୍ଗରାଜ ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ନିଜେ ଅନ ଦି ସ୍ପଷ୍ଟ ସମୀକ୍ଷା କରିଛନ୍ତି । ମହାପ୍ରଭୁଙ୍କୁ ସିଂହଦ୍ବାର ସମନାରୁ ମୁଣ୍ଡିଆ ମାରିଛନ୍ତି । ଆଉ ସାଉଁଟିଛନ୍ତି ସେବାୟତଙ୍କ ଆଶିଷ । ମନ୍ଦିର ସମନାରେ ବେଶ କିଛି ସମୟ ଧରି ସେବାୟତଙ୍କ ସହ ଓଡିଆରେ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ । ସେବାୟତମାନେ ଶ୍ରୀମନ୍ଦିର ଭଳି ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ଆଇନ କଥା ଉଠାଇଥିଲେ, ଆଉ ମୁଖ୍ୟମନ୍ତ୍ରୀ ଆଇନ ଆସିବ ବୋଲି କହିଥିଲେ । ଏକାମ୍ରକ୍ଷେତ୍ର ପରିଦର୍ଶନ ବେଳେ ଭାବବିହ୍ବଳ ହୋଇ ପଡ଼ିଥିଲେ ଉଭୟ ନବୀନ ଓ ସେବାୟତ ।

ଲିଙ୍ଗରାଜ ମନ୍ଦିରର ବିକାଶ ସାଙ୍ଗକୁ ପୁରୁଣା ଭୁବନେଶ୍ବର, ଏପରିକି ରାଜ୍ୟର ବିକାଶର ବିନ୍ଧାଣି ସାଜିଥିବା ନବୀନଙ୍କୁ ସେବାୟତମାନେ କୃତଜ୍ଞତା ଜ୍ଞାପନ କରିଥିଲେ । ଏପରିକି ଲିଙ୍ଗରାଜଙ୍କ ଆଶୀର୍ବାଦ ଦେଇ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା ମଧ୍ୟ କରିଥିଲେ । କହିଥିଲେ ଆପଣ ରାଜ୍ୟର ଶାସନ ଭାର ଏମିତି ସମ୍ଭାଳିଥାନ୍ତୁ । ଜଣେ ବରିଷ୍ଠ ସେବାୟତ କହିଥିଲେ, ଆମେ ଅନେକ ଶାସନ ଦେଖିଛୁ, ଶାସକ ମଧ୍ୟ ଦେଖିଛୁ, ହେଲେ ଆପଣଙ୍କ ଭଳି ଦୂରଦୃଷ୍ଟିସଂପନ୍ନ ମୁଖ୍ୟମନ୍ତ୍ରୀଙ୍କୁ କେବେ ଦେଖି ନଥିଲୁ । ପୂରୁଣା ଭୁବନେଶ୍ବରର ଏଭଳି ବିକାଶ କୌଣସି ସରକାର ଅମଳରେ ହୋଇନଥିଲା, ଯାହା ଆପଣଙ୍କ ସମୟରେ ହୋଇଛି ।

Share

Leave a Reply

Your email address will not be published. Required fields are marked *

six + six =