ଡ୍ରୀମ ଭୁବନେଶ୍ବର : ଆତ୍ମପ୍ରଚାର ବନାମ ନିରବ ପ୍ରଦର୍ଶନକାରୀ

ଭୁବନେଶ୍ବର () ଅପରାଜିତା ଷଢଙ୍ଗୀଙ୍କୁ ନେଇ ଏବେ ରାଜ୍ୟ ରାଜନୀତି ଉଠୁଛି ପଡୁଛି । ତାଙ୍କ ଦକ୍ଷତାକୁ ନେଇ ଅନେକ କଥା କୁହାଯାଉଛି । ହେଲେ ସେ କଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନର ଭୂବନେଶ୍ବର ସ୍ବପ୍ନକୁ ସାକାର କରିପାରିଥିଲେ କି । ଗୋଟିଏ ଦୁଇଟି ଛକରେ ସବୁଜିମା କରିଦେଇ କିମ୍ବା କିଛି ସୋ ପିସ କରିଦେଇ ସେ ବାହାବା ନେଇଗଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରକୃତ ସ୍ୱପ୍ନର ଭୂବନେଶ୍ବର ଏବେ ସାକାର ହେଉଛି ।

ରାଜଧାନୀ ଭୁବନେଶ୍ବରର ପରିକଳ୍ପନା ମାତ୍ର 50ହଜାର ଜନସଂଖ୍ୟାକୁ ନେଇ ହୋଇଥିଲା । ଧିରେ ଧିରେ ଜନସଂଖ୍ୟା ବଢିଲା । ଆଜିକା ଦିନରେ ରାଜଧାନୀର ଜନସଂଖ୍ୟା 14 ଲକ୍ଷ ଟପିଲାଣି । ଜନସଂଖ୍ୟା ବୃଦ୍ଧିର ଚାପ ସହରର ପରିବେଶ, ପରିବହନ ଓ ପ୍ରଦୁଷଣ ପରିଚାଳନା ଉପରେ ପଡିଥିଲା । ତେଣୁ 2000 ମସିହା ପରଠାରୁ ରାଜଧାନୀର ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଥିବା ଜଳ ନିଷ୍କାସନ, ଡ୍ରେନେଜ ଓ ସ୍ବେରେଜ । ଏସବୁ ମୁଖ୍ୟ ସମସ୍ୟାର ସମାଧାନ ନକରି ସେସମୟର ଭୁବନେଶ୍ବର ମହାନଗର ନିଗମର କମିଶନର ଥିବା ଅପରାଜିତା ଷଢଙ୍ଗୀ ଆଗ ସୌନ୍ଦର୍ଯ୍ୟକରଣକୁ ଗୁରୁତ୍ବ ଦେଲେ ।

ଯେଉଁଠି ଫ୍ଲାଏ ଓଭର ଥିବାର ଯୋଜନା ଥିଲା ସେଠି ସବୁଜିମା କରି ସୋ ପିସ ଲଗାଇଲେ । ଫଳରେ ସେ ସୌନ୍ଦର୍ଯ୍ୟକରଣ ଦୀର୍ଘସ୍ଥାୟୀ ହେଲାନାହିଁ । ସେହିଭଳି ରାଜଧାନୀ ରାସ୍ତାକୁ ସୁନ୍ଦର କରିବାକୁ ରାସ୍ତାର ଦୁଇ ପାର୍ଶ୍ବରେ ଚିତ୍ର ଅଙ୍କାଇଲେ, କିନ୍ତୁ ରାସ୍ତାରୁ ଜଳ ନିଷ୍କାସନ ବ୍ୟବସ୍ଥାରେ ସୁଧାର ଆଣିଲେନି । କେବଳ କିଛି ଉପର ଦେଖାଣିଆ କାର୍ଯ୍ୟ କରି ବାହାବା ନେଲେ ।

ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ ଭୁବନେଶ୍ବର ସ୍ବପ୍ନକୁ ଅପରାଜିତ ଚାହିଁଥିଲେ ତାଙ୍କ ସମୟରେ ମଧ୍ୟ ସାକାର କରିପାରିଥାନ୍ତେ । କିନ୍ତୁ ତାଙ୍କର ହାମବଡା ନୀତି ଏବଂ ଲୋକ ପ୍ରତିନିଧିଙ୍କୁ ନ୍ୟୁନ କରି ଦେଖିବାର ପ୍ରକୃତି ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ସ୍ବପ୍ନରେ ହିଁ ରହିଗଲା । ପରେ ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରି ରାଜଧାନୀ ରାସ୍ତାର ପ୍ରଶସ୍ତିକରଣ ଠାର ଆରମ୍ଭ କରି ପରିବର୍ଦ୍ଧିତ ଡ୍ରେନେଜ ଓ ସ୍ବେରେଜ ବ୍ୟବସ୍ଥା ସାଙ୍ଗକୁ ଜଳ ନିଷ୍କାସନ ସୁବିଧା  । ଏହାସାଙ୍ଗକୁ ରାଜଧାନୀର ସୌନ୍ଦର୍ଯ୍ୟକରଣ ।

ସେ ସମୟର ସୌନ୍ଦର୍ଯ୍ୟକରଣ ଏବଂ ଏବେର ସୌନ୍ଦର୍ଯ୍ୟକରଣ ମଧ୍ୟରେ ରହିଥିବା ଆକାଶ ପାତାଳ ଫରକ ଯେକେହି ବି ଅନୁଭବ କରିପାରୁଥିବେ । ନିଜେ ଅପରାଜିତ ବି ଅନୁଭବ କରିବେ ଯେ, ତାଙ୍କ ସମୟରେ ହୋଇଥିବା ସୌନ୍ଦର୍ଯ୍ୟକରଣ ଠାରୁ ଏବେର ସ୍ବପ୍ନର ଭୁବନେଶ୍ବର ଅଧିକ ଆକର୍ଷଣୀୟ, ସୁନ୍ଦର ଓ ଲୋକପ୍ରିୟ । ଯେଉଁ କାମ ଅପରାଜିତା ଲୋକ ପ୍ରତିନିଧିଙ୍କୁ ନ୍ୟୁନ କରି କରୁଥିଲେ ନିଜସ୍ବ ଆତ୍ମପ୍ରଚାର ପାଇଁ କରୁଥିଲେ ତାହା ଫେଲ ମାରିଲା । କିନ୍ତୁ ଗଣମାଧ୍ୟମ ଅଢୁଆଳରେ ଲୋକ ପ୍ରତିନିଧିଙ୍କ ସହଯୋଗରେ ସେ କାମ ସଫଳ ହୋଇଛି । ଯେଉଁଥିପାଇଁ କେନ୍ଦ୍ର ସରକାର ମଧ୍ୟ ରାଜଧାନୀର ବର୍ଜ୍ୟବସ୍ତୁ ପରିଚାଳନା, ସ୍ମାର୍ଟ ସିଟି ପରିଚାଳନା ଏବଁ ପରିବହନ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

18 − ten =