ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ

ଆଜି ବସିବ ଶେଷ ମନ୍ତ୍ରୀ ପରିଷଦ ବୈଠକ। ଅପରାହ୍ନରେ ସଚ୍ଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଦିନେ ୨ଦିନ ଭିତରେ ନିର୍ବାଚନ ତାରିଖ ଘୋଷଣା ହେବା ସମ୍ଭାବନା ରହିଛି। ତେଣୁ ଆଜିର ବୈଠକ ଚଳିତ ଥରର ଶେଷ ବୈଠକ ହୋଇପାରେ। ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ପକ୍ଷରୁ ଘୋଷଣା କରାଯାଇଥିବା ନିର୍ବାଚନୀ ଇସ୍ତାହାର କେତେ ପାଳନ କରାଯାଇଛି ସେନେଇ ବୈଠକରେ ଆଲୋଚନା କରାଯିବ। ଏନେଇ ସରକାର ରିପୋର୍ଟ ଦେଇପାରନ୍ତି । ମନ୍ତ୍ରୀ ପରିଷଦ ବୈଠକ ପୂର୍ବରୁ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି ବୈଠକ ଅନୁଷ୍ଠିତ ହେବ।

Share

Leave a Reply

Your email address will not be published. Required fields are marked *

4 × 2 =